
ଭଞ୍ଜନଗର( ପ୍ରଦୀପ କୁମାର ସ୍ୱାଇଁ): ଅନ୍ୟପାଇଁ ଜାଲ ବିଛାଇ ଲୁଟ୍ କରୁଥିଲେ। ଆଜି ସେହି ଜାଲରେ ନିଜେ ଫସିଗଲେ ଦୁଇ ଦୁର୍ଦ୍ଦାନ୍ତ ଲୁଟେରା। ସେମାନଙ୍କ ବାଇକ୍ ଜଣେ ପରିବା ବେପାରୀଙ୍କୁ ଧକ୍କା ଦେବାରୁ ହୋଇଥିଲା ବିସ୍ଫୋରଣ। ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଇପାସ୍ରେ ଘଟିଛି।
ଅଗଝୋଳ ଗାଁର ପ୍ରଶାନ୍ତ ପ୍ରଧାନ ଆଜି ବାଇକ୍ରେ ପରିବା ବିକ୍ରି କରିବାକୁ ଯାଉଥିଲେ। ଭଞ୍ଜନଗର ବାଇପାସ୍ ନିକଟରେ ତାଙ୍କ ଗାଡ଼ି ସହିତ ବାପୁ ନାୟକ ଓ ବଳିଆ ନାୟକଙ୍କ ବାଇକ୍ର ଧକ୍କା ହୋଇଥିଲା। ଫଳରେ ବାପୁ ନାୟକ ଓ ବଳିଆ ନାୟକଙ୍କ ବାଇକ୍ରେ ଥିବା ଏକ ବୋମା ଘଟଣାସ୍ଥଳରେ ଫୁଟି ଯାଇଥିଲା। ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ୩ ରାଉଣ୍ଡ ଦେଶୀ ବନ୍ଧୁକ ଗୁଳି, ୯ ରାଉଣ୍ଡ ୯ଏମ୍ଏମ୍ ପିସ୍ତଲ ଗୁଳି ଓ କିଛି ଅଫୁଟା ବୋମା ଜବତ କରିଛି।
ବାପୁ ନାଁରେ ବହୁ ଅପରାଧିକ ମାମଲା ରହିଛି। ମାଣିତରା ରୁଷିକୂଲ୍ୟା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତି ରହିଛି ବାପୁ। ଏହାଛଡ଼ା ବୋମାମାଡ଼ ଓ ଲୁଟ୍ ମାମଲାରେ ସେ କିଛି ଦିନ ତଳେ ଗିରଫ ହୋଇଥିଲା। ମାତ୍ର ପୁଲିସ୍କୁ ଚକ୍ମା ଦେଇ ଭଞ୍ଜନଗର ଜେଲ୍ ପାଚେରୀ ଡେଇଁ ଚମ୍ପଟ ମାରିଥିଲା। ବର୍ତ୍ତମାନ ସେ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା। ବାପୁ ଗିରଫ ପରେ ବହୁ ଲୁଟ୍ ଉପରୁ ପର୍ଦ୍ଦା ଉଠିବ ବୋଲି ପୁଲିସ କହିଛି।
from Odisha Reporter https://ift.tt/2Nx98Ja
No comments:
Post a Comment