ସରକାର କହୁଥିଲେ ୭୨ ଟଙ୍କ। ପର୍ଯ୍ୟନ୍ତ ଖସିଲେ ଚଳିବ, ଏବେ ୧ ଡଲାର ୭୪.୩୯ ଛୁଇଁଲାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ସରକାର କହୁଥିଲେ ୭୨ ଟଙ୍କ। ପର୍ଯ୍ୟନ୍ତ ଖସିଲେ ଚଳିବ, ଏବେ ୧ ଡଲାର ୭୪.୩୯ ଛୁଇଁଲାଣି

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବରୁ ଯେତେବେଳେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୬୯ ଟଙ୍କ। ଛୁଇଁଲା ଏବଂ ପରେ ୭୦ ଟଙ୍କ। ଡେଇଁଲା ସେତେବେଳେ କେନ୍ଦ୍ର ସରକାର ଆଶ୍ଵାସନା ଦେଲେ ଯେ ୭୨ ଟଙ୍କ। ପର୍ଯ୍ୟନ୍ତ ହ୍ରାସ ପାଇଲେ ବି କିଛି ଅସୁବିଧା ନାହିଁ। ଏହା ଗ୍ରହଣୀୟ।

କିନ୍ତୁ ଦିନକୁ ଦିନ ଆମ ଦେଶର ମୁଦ୍ରା ‘ରୁପି’ ଆମେରିକୀୟ ଡଲାର ତୁଳନାରେ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ଏବେ ଆମକୁ ଏକ ଡଲାର ପାଇଁ ୭୪ ଟଙ୍କ। ୩୯ ପଇସା ଗଣିବାକୁ ପଡ଼ିବ। ସରକାରଙ୍କ ଧୈର୍ଯ୍ୟକୁ ମଧ୍ୟ ଏହା ଅତିକ୍ରମ କରିସାରିଲାଣି। ଟଙ୍କାର ବିନିମୟ ମୂଲ୍ୟ କେବେ ବି ଏଭଳି ସ୍ତରକୁ ହ୍ରାସ ପାଇ ନଥିଲା।

ମଙ୍ଗଳବାର ମୁଦ୍ରାବଜାରରେ କାରବାର ଶେଷ ବେଳକୁ ‘ରୁପି’ ୩୨ ପଇସା ହ୍ରାସ ପାଇ ଡଲାର ତୁଳନାରେ ୭୪ ଟଙ୍କ। ୩୯ ପଇସା ହୋଇଯାଇଛି। ସୋମବାର ପ୍ରଥମଥର ପାଇଁ ମୁଦ୍ରାର ବିନିମୟ ମୂଲ୍ୟ ୭୪ ଟଙ୍କ।ରେ ବନ୍ଦ ହୋଇଥିଲା।



from Odisha Reporter https://ift.tt/2IMNhwu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages