
ଟରଣ୍ଟୋ (ଓଡ଼ିଶା ରିପୋର୍ଟର): ଗଞ୍ଜେଇକୁ ଆଇନତଃ ବୈଧ ଘୋଷଣା କରିବାରେ କ୍ୟାନାଡା ବର୍ତ୍ତମାନ ଦ୍ୱିତୀୟ ତଥା ସର୍ବବୃହତ୍ ରାଷ୍ଟ୍ର। ଗତ ୩ ଦଶନ୍ଧି ଧରି ବେଆଇନ ଭାବେ ଗଞ୍ଜେଇ ବିକ୍ରି କରିଆସୁଥିବା ଟମ୍ କ୍ଲାର୍କ ନାମକ ଜଣେ ବ୍ୟବସାୟୀ ପ୍ରଥମ କରି ନ୍ୟୁଫାଉଣ୍ଡଲାଣ୍ଡଠାରେ ଏକ ଷ୍ଟୋର ଖୋଲିଛନ୍ତି।

ଏହାପୂର୍ବରୁ ଉରୁଗୁଏ ମଧ୍ୟ ଗଞ୍ଜେଇକୁ ବୈଧ ଘୋଷଣା କରିଥିଲା। ବର୍ତ୍ତମାନ କ୍ୟାନାଡ଼ାରେ ୧୧୧ଟି ଆଇନତଃ ବୈଧ ଗଞ୍ଜେଇ ଷ୍ଟୋର ଖୋଲିବ। ୩.୭ କୋଟି ନାଗରିକ ବସବାସ କରୁଥିବା ଏହି ଦେଶ ପାଇଁ ଏସବୁ ବହୁତ କମ୍ ହେବ। ଅଣ୍ଟାରିଓ ରାଜ୍ୟରେ ବର୍ତ୍ତମାନ ଏପରି ଷ୍ଟୋର ଖୋଲିବନି ବୋଲି ଜଣାଯାଇଛି। ବର୍ତ୍ତମାନ ଅନ୍ଲାଇନ୍ରେ ମଧ୍ୟ କ୍ୟାନାଡ଼ା ନାଗରିକ ଗଞ୍ଜେଇ ମଗାଇପାରିବେ। ୩୦ ଗ୍ରାମ୍ରୁ କମ୍ ଗଞ୍ଜେଇ କାରବାରରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ବର୍ତ୍ତମାନ କ୍ଷମା କରାଯିବ ବୋଲି ପ୍ରଥମ ଷ୍ଟୋର ଖୋଲିବାର କିଛି ସମୟ ପୂର୍ବରୁ କ୍ୟାନାଡ଼ା ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2Cl2mEx
No comments:
Post a Comment