
ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର):ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଆଇନ୍ନସେବା ଠପ୍ । କଟକରେ ଅଇନ୍ଜୀବୀଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଦୁଇ ମାସ ହେବ କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ସେପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୪ ମାସ ହେଲା ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। ଆଉ ୟା ଭିତରେ ପେଶି ହୋଇଯାଇଛନ୍ତି ସାଧାରଣ ଜନତା । ଛୋଟ ହେଉ କି ବଡ଼, ଶୁଣାଣି ହୋଇପାରୁନଥିବାରୁ ଗିରଫ ହେଲେ ହିଁ ଜେଲ୍। ସେପଟେ ବେଲ୍ ହେଉ ନ ଥିବାରୁ ରାଜ୍ୟର ଅଧିକାଂଶ ଜେଲରେ କଏଦୀଙ୍କ ସଂଖ୍ୟା କ୍ଷମତା ଡେଇଁବା ସହ କର୍ତ୍ତୃପକ୍ଷଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।
ବାଲେଶ୍ୱର ମାନସିଂ ବଜାରର ଏକାଦଶୀ ଦାସ୍ ଦଶହରା ଭସାଣି ଗଣ୍ଡଗୋଳକୁ ନେଇ ଗିରଫ ହୋଇଥିଲେ । ମାତ୍ର ଏବେ ସେ ଜେଲ୍ରେ। ଏଣେ ଘରର ଏକମାତ୍ର ରୋଜଗାରିଆ ଜେଲରେ ଥିବା ବେଳେ ୬ଟି ପିଲା ଓ ରୋଗୀଣା ଶାଶୁଙ୍କୁ ନେଇ ଚିନ୍ତାରେ ପତ୍ନୀ ମଞ୍ଜୁସ୍ମିତା। ସେହିପରି ସମ୍ବଲପୁରର ଅନୀଲ ନାଥର ସମସ୍ୟା ମଧ୍ୟ ସମାନ। ଏକ ଗଣ୍ଡଗୋଳ ଘଟଣାରେ ଅନୀଲଙ୍କ ଭାଇକୁ ଗିରଫ କରିଥିଲା ପୁଲିସ। ତେବେ ବେଲ୍ ହୋଇ ନ ଥିବାରୁ ୨ ମାସ ହେଲା ସେ ବି ଜେଲରେ। କେବଳ ଏହି ଦୁଇ ଅଭିଯୁକ୍ତ ନୁହଁନ୍ତି, ଓକିଲଙ୍କ କାମ ବନ୍ଦ ଯୋଗୁ ଶହ ଶହ ଲୋକ ଏମିତି ନ୍ୟାୟ ପାଇବାରୁ ବ଼ଞ୍ଚିତ ହୋଇଛନ୍ତି।
ତେବେ ଅନେକ ଅଭିଯୋଗ ଏମିତି ଅଛି ଯେଉଁଠି ସାଧାରଣତଃ ଜେଲ୍ ଯିବାକୁ ପଡି ନ ଥାଏ । ତେବେ କୋର୍ଟ ବନ୍ଦ ଯୋଗୁଁ ଆଦୌ ଶୁଣାଣି ହୋଇପାରୁନି। ଫଳରେ କୋର୍ଟ ଫରଓ୍ୱାଡ୍ ହେବା କ୍ଷଣି ସିଧା ଜେଲ୍ ଯିବାକୁ ପଡୁଛି।
ଏହାଦ୍ୱାରା ଅଭିଯୁକ୍ତଙ୍କ ମାନବାଧିକାର କ୍ଷୂର୍ଣ୍ଣ ତ ହେଉଛି ତା’ସହିତ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବି ବଢୁଛି । ସମ୍ବଲପୁର ମଣ୍ଡଳ କାରାଗାରର କ୍ଷମତା ୫୧୯ ଥିବା ବେଳେ ଏବେ ଏଠି କଏଦୀଙ୍କ ସଂଖ୍ୟା ୧୦୪୪ରେ ପହଞ୍ଚିଛି। ବାଲେଶ୍ୱର ଜେଲରେବି ସମାନ ସ୍ଥିତି । ୪୮୦ ଅନ୍ତେବାସୀ ରହିବା ଲାଗି ଏଠି ବ୍ୟବସ୍ଥା ଥିବା ବେଳେ କଏଦୀଙ୍କ ସଂଖ୍ୟା ୫୫୫ରେ ପହଞ୍ଚିଛି। କଏଦୀ ହାଉ-ଜାଉ ହେବାକୁ ନେଇ ଚିନ୍ତାରେ ଜେଲ୍ କର୍ତ୍ତୃପକ୍ଷ। ଏ ସବୁ ଭିତରେ କେବେ ଭାଙ୍ଗିବ ସରକାରଙ୍କ ନିଦ? କେବେ ଆନ୍ଦୋଳନରୁ ହଟିବେ ଓକିଲ ? କେବେ ସ୍ୱଭାବିକ୍ ହେବ ଆଇନ୍ ସେବା ? ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ।
from Odisha Reporter https://ift.tt/2D09QOl
No comments:
Post a Comment