
ଖୋର୍ଦ୍ଧା (ବଳରାମ ଲେଙ୍କା): ରେଳ ଧାରଣା କଡ଼ରେ ଜଣେ ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମାତ୍ର ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୁରୁଣା ଥାନା ପଛପାର୍ଶ୍ୱ ରେଳ ଧାରଣା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆଜି ଜଣେ ଯୁବତୀ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ରାସ୍ତାରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଯୁବତୀଙ୍କ ମୁଣ୍ଡ ଓ ମୁହଁକୁ ପଥରରେ ଅତି ବୀଭତ୍ସ ଭାବେ ଛେଚି ଦିଆଯାଇଥିଲା। ଯାହାଫଳରେ ତାଙ୍କୁ ଚିହ୍ନିବା ସହଜ ହେଉନାହିଁ।
ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ନାହିଁ। କେଉଁ କାରଣରୁ କିଏ ତାଙ୍କୁ ହତ୍ୟା କରିଛି, ତାହା ଜଣାପଡ଼ିଛି।
from Odisha Reporter https://ift.tt/2OJAiSM
No comments:
Post a Comment