
ନୂଆଦିଲ୍ଲୀ: ଆପଣ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ବ୍ୟବହାର କରନ୍ତି କି ? ଯଦି କରୁଥାନ୍ତି, ତା ହେଲେ ସାବଧାନ ହୋଇ ଯାଆନ୍ତୁ। ନ ହେଲେ ଅସୁବିଧାରେ ପଡିବେ।
ସେଲ୍ଫୋନ୍ ପାଇଁ ଚାଇନାରେ ଏପରି ସମସ୍ୟା ଦେଖାଦେଇଛି ଯେ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଏଠାର ଜଣେ ମହିଳା ଲଗାତାର ସାତଦିନ ଧରି ମୋବାଇଲ୍ ଫୋନ୍ ଚଲାଇବାରେ ବ୍ୟସ୍ତ ଥିଲେ। ଏହାପରେ ତାଙ୍କ ହାତର ଆଙ୍ଗୁଠି ଫୋନ୍ ଚଲାଇବା ସ୍ଥିତିରେ ହିଁ ରହିଯାଇଛି। ସୁନ୍ଦରୀ ମହିଳା ଜଣକ ଏବେ ସାମାନ୍ୟ ମୋବାଇଲ୍ ପାଇଁ ହାତ ବଙ୍କା କରି ବୁଲୁଛନ୍ତି।
ସୂଚନା ଅନୁସାରେ ଏହି ଘଟଣାଟି ଚାଇନାର ଚାଙ୍ଗସାରେ ଅଞ୍ଚଳର। ମୋବାଇଲ ଚାଳନା ପରେ ହାତ ବଙ୍କା ହୋଇଯିବା ପରେ ଯୁବତୀ ଜଣଙ୍କୁ ହସ୍ପିଟାଲ୍କୁ ଚିକିତ୍ସା କରିବାକୁ ନିଆଯାଇଥିଲା। ସେତବେଳକୁ ତାଙ୍କ ହାତର ଆଙ୍ଗୁଠି ପୂର୍ବ ପରି କାମ କରୁ ନ ଥିଲା।
ଏତେ କଥା ଶୁଣିଲା ପରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ମହିଳା ଜଣକ ଏମିତି କ’ଣ କରୁଥିଲେ ଯେ, ୭ ଦିନ ଧରି ମୋବାଇଲ ଧରିବାକୁ ପଡିଥିଲା। ବାସ୍ତବ କଥାଟି ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ। ମହିଳା ଜଣକ ସାତ ଦିନ ଛୁଟିରେ ରହିଥିଲେ। ଏହି ଛୁଟିରେ ସେ ନିଜ ସାଙ୍ଗମାନଙ୍କ ସହିତ ଚାଟ୍ କରୁଥିଲେ। କେବଳ ଶୋଇବା ସମୟ ଛାଡିଦେଇ ଅନ୍ୟ ସମୟରେ ସେ ମୋବାଇଲ୍କୁ ନିଜ ପାଖରେ ରଖୁଥିଲେ।
ଗୋଟିଏ ରାତିରେ ସେ ଶୋଇବାକୁ ଯିବା ସମୟରେ ତାଙ୍କ ହାତ ବହୁତ ଯନ୍ତ୍ରଣା ହୋଇଥିଲା। ସେ ଲକ୍ଷ୍ୟ କରିଥିଲେ ଯେ, ତାଙ୍କ ହାତର ଆଙ୍ଗୁଠି ଫୋନ୍ ଚଲାଇବା ସ୍ଥିତିରେ ହିଁ ରହିଛି।
ଏହାପରେ ସେ ଡାକ୍ତରଙ୍କ ପାଖକୁ ଚିକିତ୍ସା କରିବା ପାଇଁ ପହଞ୍ଚିଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ବର୍ତ୍ତମାନ ମହିଳା ଜଣକ ସୁସ୍ଥ ଅଛନ୍ତି।
Woman using cellphone too much can't stretch her fingers
This woman from Changsha, Hunan can't stretch her fingers for using her cellphone too much.I immediately put down my phone😨
PearVideo यांनी वर पोस्ट केले शनिवार, २० ऑक्टोबर, २०१८
from Odisha Reporter https://ift.tt/2yBXVlX
No comments:
Post a Comment