ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଧୋନି, ବିରାଟଙ୍କୁ ବିଶ୍ରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଧୋନି, ବିରାଟଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ସବୁଠାରୁ କମ୍‌ ଓଭର୍‌ର ଅନ୍ତର୍ଜାତୀୟ କ୍ରିକେଟ୍‌ ଫର୍ମାଟ୍‌ ଟି୨୦ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭବିଷ୍ୟତରେ ସୁଯୋଗ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୱେଷ୍ଟଇଣ୍ଡିଜ୍‌ ସହିତ ଟି୨୦ସିରିଜ୍‌ରେ ସ୍ଥାନ ପାଇନାହାନ୍ତି ଧୋନି। ସେହିଭଳି ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ଦେଇଥିବା ସୂଚନା ଅନୁଯାୟୀ ଅଷ୍ଟ୍ରେଲିଆ ସିରିଜ୍‌ର ଟି୨୦ ଦଳରେ ମଧ୍ୟ ସେ ସ୍ଥାନ ପାଇନାହାନ୍ତି।

ପୂର୍ବରୁ ଟେଷ୍ଟ ଫର୍ମାଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଥିବା ଧୋନିଙ୍କୁ ଟି୨୦ରୁ ବାଦ୍‌ ଦିଆଯିବା ପରେ ବର୍ତ୍ତମାନ ଦିନେଶ କାର୍ତ୍ତିକ ଏବଂ ରିଷଭ୍‌ ପନ୍ତଙ୍କୁ ୱିକେଟ୍ କିପର ବ୍ୟାଟ୍‌ସମ୍ୟାନ୍‌ର ବିକଳ୍ପ ଭାବେ ନେବାର ଯୋଜନା କରିଛନ୍ତି ଚୟନକର୍ତ୍ତା କମିଟି। ଭାରତକୁ ୨୦୦୭ରେ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ବିଶ୍ୱକପ୍‌ ବିଜୟରେ ନେତୃତ୍ୱ ନେଇଥିବା ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିଅର ଆଉ ଅଳ୍ପ କିଛି ବର୍ଷ ବାକିଥିବା ସ୍ପଷ୍ଟ ହେବାରେ ଲାଗିଛି।

ନଭେମ୍ବର ମାସରେ ହିଁ ଭାରତ ୬ଟି ଟି୨୦ ଖେଳିବ। ଏଥିରେ ଧୋନିଙ୍କୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି ଏବଂ ଦିନେଶ ଓ ପନ୍ତଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାର ଏହା ହିଁ ସୁଯୋଗ ବୋଲି ଚୟନକର୍ତ୍ତା ନିଷ୍ପତ୍ତି ନେଇଥିବା ଅନୁମେୟ। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ପାଇଁ ବିଜୟ ହଜାରେ ଟ୍ରଫି ଖେଳି ଫିଟ୍‌ନେସ୍‌ ଟେଷ୍ଟ ଦେବାର ସୁଯୋଗକୁ ସେ ଅଗ୍ରାହ୍ୟ କରିବା ଅନ୍ୟତମ କାରଣ କୁହାଯାଉଛି। ଏହି ସିରିଜ୍‌ ପାଇଁ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଧୋନିଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଧୋନିଙ୍କ ପ୍ରତିକ୍ରୟା ନକରାତ୍ମକ ଥିଲା।

ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ର ଚତୁର୍ଥ ଏବଂ ପଞ୍ଚମ ଦିନିକଆ ମ୍ୟାଚ୍‌ରେ କେଦାର ଯାଦବ ଦଳକୁ ଫେରିଛନ୍ତି। ଇଣ୍ଡିଜ୍‌ ଟି୨୦ ସିରିଜ୍‌ରେ କୋହଲିଙ୍କ ବଦଳରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ଆଗକୁ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ସବୁ ଥିବାରୁ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ଏହା ‘ୱାର୍କଲୋଡ୍‌ ମ୍ୟାନେଜ୍‌ମେଣ୍ଟ’ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ସୂଚନା ଦେଇଛନ୍ତି।

ଟେଷ୍ଟକୁ ଫେରିଲେ ରୋହିତ, ବିଜୟ ଏବଂ ପାର୍ଥିବ

ସେହିଭଳି ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ରେ ଓପନର୍ ଏମ୍ ବିଜୟ, ରୋହିତ ଶର୍ମା ଏବଂ ୱିକେଟ୍‌କିପର ବ୍ୟାଟ୍‌ସମ୍ୟାନ୍‌ ପାର୍ଥିବ ପଟେଲ ଦଳକୁ ଫେରିଛନ୍ତି। ବିଜୟ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଦଳକୁ ଫେରିପାରିଛନ୍ତି ଏବଂ ରୋହିତଙ୍କ ସୁଦୃଢ଼ ବ୍ୟାକ୍‌ଫୁଟ୍‌ ଅଷ୍ଟ୍ରେଲିଆର ବାଉନ୍ସି ପିଚ୍‌କୁ ସୁହାଇବା କାରଣରୁ ସେ ଚୟନକର୍ତ୍ତାଙ୍କ ପସନ୍ଦ ପାଲଟିଛନ୍ତି। ପାର୍ଥିବଙ୍କ ଅନୁଭୂତି ଏବଂ ଓପନିଂ ଦକ୍ଷତା ପାଇଁ ସେ ଦଳକୁ ଫେରି ପାରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଭାରତ-ଏ ଦଳର ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ସିରିଜ୍‌ର ପ୍ରଥମାର୍ଦ୍ଧରେ ସେ ସ୍ଥାନ ନପାଇବା ନିଶ୍ଚିତ ହୋଇଯାଇଛି।

ନୂଆମୁହଁ ନଦୀମ୍‌

ଘର୍‌ଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ବାମହାତୀ ସ୍ପିନର ଶେହବାଜ୍‌ ନଦୀମ୍‌ ଶେଷରେ ବ୍ଲୁ ଟୋପି ପାଇଁ ଡାକରା ପାଇଛନ୍ତି। ଅର୍ଥାତ ସେ ୱେଷ୍ଟଇଣ୍ଡିଜ୍‌ ୩ଟିକିଆ ଟି୨୦ ସିରିଜ୍‌ ପାଇଁ ମନୋନୀତ ହୋଇଛନ୍ତି।



from Odisha Reporter https://ift.tt/2CF11bT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages