ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ନିର୍ମାଣ ହେବ ଓଡିଆ ସିନେମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ନିର୍ମାଣ ହେବ ଓଡିଆ ସିନେମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ୮୦ ଦଶକରେ ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ନିର୍ମାଣ ହେବ ଓଡ଼ିଆ ସିନେମା ‘ଛବିରାଣୀ’। କଟକରେ ଏହାର ମହୁରତ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସତ୍ୟ ଆଧାରିତ ବିଷୟ ବସ୍ତୁ ସହ କିଛି କାଳ୍ପନିକ କଥା ମିଶାଇ ଫିଲ୍ମ୍‌ର କାହାଣୀ ପ୍ରସ୍ତୁତ କରାଯାଇଛି। ବବି ଇସଲାମ୍ ଏହାର ଚିତ୍ରନାଟ୍ୟ, ନୃତ୍ୟ, କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି।

ଜଗତସିଂହପୁର ଜିଲ୍ଲା ବିରିଡ଼ିର ବିଲୁଆଖାଇ ନଈପଠାରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ନବ ମହାପାତ୍ରଙ୍କ ପତ୍ନୀ ଛବିରାଣୀଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର ପରେ ହତ୍ୟା କରିଥିଲେ। ଏହି ମର୍ମସ୍ପର୍ଶୀ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବା ଫିଲ୍ମ ‘ଛବିରାଣୀ’ରେ ବଙ୍ଗୀୟ ଯୁବତୀ ଚନ୍ଦ୍ରାଣୀ ଦାସ ଟାଇଟଲ୍‌ (ଛବିରାଣୀ) ରୋଲ୍‌ରେ ଅଭିନୟ କରିବେ।

ଚନ୍ଦ୍ରାଣୀଙ୍କ ବିପକ୍ଷରେ ନାୟକ ଭୂମିକା ନିଭାଇବେ ନବାଗତ ଅମନ୍‌ ପରାଶର୍‌। ବରିଷ୍ଠ ଅଭିନେତା ମିହିର୍ ଦାସ ଫିଲ୍ମରେ ଖଳ ଚରିତ୍ରରେ ନଜର ଆସିବେ। ଏହା ସହିତ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ମଧ୍ୟ ଏହି ଫିଲ୍ମ୍‌ରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ।

ଶଙ୍କର ତ୍ରିପାଠୀ ଏଥିରେ ସଂଳାପ ରଚନା କରିଥିବାବେଳେ ଶୀର୍ଷାନନ୍ଦ ଦାସ କାନୁନଗୋ ଓ ବସନ୍ତରାଜ ସାମଲଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ପ୍ରେମ୍‌ ଆନନ୍ଦ୍‌।

୨୦୧୯ ଜାନୁଆରୀ ୨୬ ତାରିଖରେ ଓଡ଼ିଆ ଫିଲ୍ମ୍‌ ‘ଛବିରାଣୀ’ ରିଲିଜ୍ ହେବ।



from Odisha Reporter https://ift.tt/2JbCDQd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages