ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ବନ୍ଦ କଲେ ଯାଇ ଆଲୋଚନା: ଗୃହମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ବନ୍ଦ କଲେ ଯାଇ ଆଲୋଚନା: ଗୃହମନ୍ତ୍ରୀ

ଶ୍ରୀନଗର: ଭାରତ ସରକାର ପାକିସ୍ତାନ ସହିତ ଆଲୋଚନା କରିବାକୁ ଇଚ୍ଛୁକ ଅଛନ୍ତି, କିନ୍ତୁ ଏହା ପୂର୍ବରୁ ଆତଙ୍କବାଦକୁ ଯୋଗାଇଆସିଥିବା ସମର୍ଥନ ବନ୍ଦ କରିବାକୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି ଭାରତ ପାକିସ୍ତାନ କିମ୍ବା ଯେକୌଣସି ରାଷ୍ଟ୍ର ସହିତ ଆଲୋଚନା କରିବାକୁ ରାଜି ଅଛି। କିନ୍ତୁ ଆତଙ୍କବାଦ ଏବଂ ଆଲୋଚନା ଏକା ସାଥିରେ ଅସମ୍ଭବ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଆଲୋଚନା ପାଇଁ ରାଜି ଅଛୁ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକ୍‌ ପ୍ରଧାନମନ୍ତ୍ରୀ ଓ ତାଙ୍କର ପରିବାରକୁ ଭେଟି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସମ୍ପର୍କ ସୁଧାରିବାର ପ୍ରୟାସ କରିଥିଲେ। କିନ୍ତୁ ପାକିସ୍ତାନ ପକ୍ଷରୁ କଶ୍ମୀର ସମେତ ଅନ୍ୟ ପ୍ରସଙ୍ଗର ସମାଧାନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଏଯାଏ ସେପରି କୌଣସି ପଦକ୍ଷେପ ନିଆଯାଇନାହିଁ।

ଏହି ଅବସରରେ ଗୃହମନ୍ତ୍ରୀ ଶ୍ରୀ ସିଂହ କୁଲ୍‌ଗାମ୍‌ ବିସ୍ଫୋରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଇମ୍ରାନ୍‌ ଖାନ୍‌ କହିଥିଲେ ୨୦୧୯ ନିର୍ବାଚନ ପରେ ସେ ଭାରତ ସହିତ ଶାନ୍ତି ଆଲୋଚନାର ପ୍ରୟାସ କରିବେ।



from Odisha Reporter https://ift.tt/2OKKDOl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages