ଦାତି ମହାରାଜଙ୍କ ନାଁରେ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଦାତି ମହାରାଜଙ୍କ ନାଁରେ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ରୁଜୁ

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ନାଁରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ମାମଲା ରୁଜୁ କରିଛି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା। ତେବେ ସିବିଆଇ ଦାତି ମହାରାଜଙ୍କ ନାଁରେ ତାଙ୍କ ଆଶ୍ରମରେ ଥିବା ଜଣେ ଅନ୍ତେବାସୀଙ୍କ ସହ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବାର ଅଭିଯୋଗରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଦକ୍ଷଣି ଦିଲ୍ଲୀରେ ଦାତି ମହାରାଜଙ୍କ ଏକ ମନ୍ଦିର ରହିଛି। ଏହା ନିକଟରେ ହିଁ ସେ ନିଜ ଆଶ୍ରମ ଖୋଲିଥିଲେ।

ଦାତି ମହାରାଜଙ୍କ ଜଣେ ମହଳା ଶିଷ୍ୟ ଫତେପୁର ପୁଲିସ୍‌ ଷ୍ଟେସନ୍‌ରେ ଦାତି ମହାରାଜ, ତାଙ୍କର ୩ ଭାଇ ଓ ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ ଆଣିଥିଲେ।

ଏହି ଅଭିଯୋଗକୁ ଆଧାର କରି ପୁଲିସ୍‌ ଜୁନ୍‌ ୨୨ରେ ଦାତି ମହାରାଜଙ୍କୁ ଜେରା କରିଥିଲା। କେବଳ ଦିଲ୍ଲୀ ନୁହେଁ ରାଜସ୍ଥାନରେ ଥିବା ଆଶ୍ରମରେ ମଧ୍ୟ ଦାତି ଆଶ୍ରମରେ ରହୁଥିବା ମହିଳା ଶିଷ୍ୟମାନଙ୍କୁ ଦାତି ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଥିଲା। ତେବେ ଦାତି ଏହାକୁ ଖଣ୍ଡନ କରିବା ସହ ଜାଣିଶୁଣି ତାଙ୍କୁ ଏଥିରେ ଫସା ଯାଉଛି ବୋଲି କହିଥିଲେ।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ ଓ ଜଷ୍ଟିସ୍‌ ଭିକେ ରାଓଙ୍କ ଖଣ୍ଡପୀଠ ମହିଳାଙ୍କ ଅଭିଯୋଗକୁ ଆଧାର କରି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।



from Odisha Reporter https://ift.tt/2JirOf7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages