
ୱାଶିଂଟନ୍: ଆମେରିକା ଭଳି ଦେଶରରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି ଦୁଇ ଜଣ ସ୍କୁଲ ଛାତ୍ରୀ। ସଇତାନ ଓ ବ୍ଲାକମ୍ୟାଜିକର ପୂଜକ ସାଜିଥିବା ଏହି ଦୁଇ ଛାତ୍ରୀ ସ୍କୁଲରେ ପଢ଼ୁଥିବା ସେମାନଙ୍କ ସାଙ୍ଗ ମାନଙ୍କୁ ମାରି ସେମାନଙ୍କ ରକ୍ତ ପିଇବା ଓ କଞ୍ଚା ମାଂସ ଖାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପୁଲିସ୍ ଏହି ଦୁଇ ନାବାଳିକା ଛାତ୍ରୀଙ୍କୁ ଗିରଫ କରିବା ପରେ ପୂରା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
କେନ୍ଦ୍ରୀୟ ଫ୍ଲରିଡାରେ ଥିବା ଏକ ମିଡିଲ୍ ସ୍କୁଲରେ ଏଭଳି ଘଟଣା ଘଟିଛି। ଗିରଫ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୧୨ ବର୍ଷ। ଏମାନେ ଧାରୁଆ ଅସ୍ତ୍ର ଧରି ସ୍କୁଲ ଆସିବା ସହ ନିଜର ସାଙ୍ଗମାନଙ୍କୁ ହତ୍ୟା କରିବାକୁ ସ୍କୁଲ ଶୌଚାଳୟରେ ଅପେକ୍ଷା କରିଥିଲେ। ତେବେ ସ୍ଥାନୀୟ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ କିଛି ବି ଅଘଟଣ ଘଟିବା ପୂର୍ବରୁ ସମ୍ପୃକ୍ତ ଦୁଇ ଜଣ ଛାତ୍ରୀଙ୍କୁ ଗିରଫ କରିଛି।
ଜେରା ବେଳେ ସାମାନେ ମଣିଷ ରକ୍ତ ପିଇବା ଓ ମାଂସ ଖାଇବାକୁ ପ୍ରବଳ ଇଚ୍ଛା ଥିବାରୁ ଏଭଳି କରିବାକୁ ଯୋଜନା କରିଥିଲେ। ଏପରି କି ମଣିଷ ରକ୍ତ ପିଇବା ଓ ମାଂସ ଖାଇବା ପରେ ସେମାନେ ନିଜକୁ ମଧ୍ୟ ହତ୍ୟା କରିଥାଆନ୍ତେ। ଏମାନେ ସଇତାନର ପୂଜକ ହୋଇଥିବାରୁ ‘ଉପରୁ ପାଇଥିବା ନିର୍ଦ୍ଦେଶ’ ଅନୁସାରେ ଏପରି କରୁଥିବା ପୁଲିସ୍ କହିଛି। ତେବେ ଏମାନଙ୍କୁ କି ଦଣ୍ଡ ମିଳିବ,ସେକଥା ଏଯାଏ ସ୍ପଷ୍ଟ ହୋଇନି।
from Odisha Reporter https://ift.tt/2CGWoxL
No comments:
Post a Comment