
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ, ଭୁବନେଶ୍ୱର, ୧ ଅକ୍ଟୋବର – ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇ ପାହାଡର ଦ୍ୱାରଦେଶରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କରିବାକୁ ୫୦ ଏକର ଜାଗା ଉପଲବ୍ଧ କରାଇବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ସାଂସ୍କୃତିକ ପରିଦୃଶ୍ୟରେ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାରୁ ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଇବା ଉଚିତ ହେବ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଓ ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ପାଇକ ବିଦ୍ରୋହକୁ ନେଇ ଏକ ଡାକ ଟିକେଟ ଓ ମୁଦ୍ରା ଜାରି କରିବା ପାଇଁ ଯୋଜନା ରହିଛି। ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇ ପାହାଡ଼ର ଦ୍ୱାରଦେଶରେ ଏକ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ୫୦ ଏକର ସ୍ଥାନ ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ସେ ଶ୍ରୀ ପଟ୍ଟନାୟକଙ୍କୁ ଏହି ପ୍ରକଳ୍ପ ପାଇଁ ପାଇକ ବିଦ୍ରୋହର ଯୁଦ୍ଧସ୍ଥଳୀ ବରୁଣେଇ ପାହାଡ଼ର ଦ୍ୱାରଦେଶରେ ଜମି ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ମନେ ପକାଇ ଦେଇଛନ୍ତି।
ଏହି ସ୍ଥାନରେ ପାଇକ ବିଦ୍ରୋହର ନାୟକ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଉଲ୍ଲେଖ ରହିବ। ବକ୍ସି ଜଗବନ୍ଧୁ ବିଦ୍ୟାଧର ଓ ପାଇକ ବିଦ୍ରୋହ ସମ୍ପର୍କରେ ଏକ ଅନନ୍ୟ ସଂଗ୍ରହାଳୟ ଓ ଅଡିଓ ଭିଜୁଆଲ ଏହି ସ୍ମାରକର ଅନ୍ୟତମ ଆକର୍ଷଣ ହେବ। କେନ୍ଦ୍ର ସରକାର ଓଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।
from Odisha Reporter https://ift.tt/2P1l6MV
No comments:
Post a Comment