ମାଙ୍କଡ଼ ଭିଡିଓକୁ ନେଇ ବିଜେଡିକୁ ବୈଜୟନ୍ତଙ୍କ କଟାକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ମାଙ୍କଡ଼ ଭିଡିଓକୁ ନେଇ ବିଜେଡିକୁ ବୈଜୟନ୍ତଙ୍କ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗୋଟିଏ ଯାତ୍ରୀବାହୀ ବସ୍ ଚଳାଉଥିବା ମାଙ୍କଡ଼ ଓ ଡ୍ରାଇଭରର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ପରୋକ୍ଷରେ ଶାସକ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସେ ନିଜର ଟ୍ୱିଟର୍ ପେଜରେ ଗୋଟିଏ ୪୯ ସେକେଣ୍ଡର ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଡ୍ରାଇଭର ଥିବା ସତ୍ତ୍ୱେ ଷ୍ଟିୟରିଂ ଧରି ବସକୁ ମାଙ୍କଡ଼ଟିଏ ଚଳାଉଥିବା ଦେଖିବାକୁ ମିଳିଛି। ଆଉ ଏହି ଭିଡିଓର କାହାଣୀକୁ ବିଜେଡିର ପରିଚାଳନା ସହ ଯୋଡ଼ିଛନ୍ତି ବୈଜୟନ୍ତ।

ଶ୍ରୀ ପଣ୍ଡା ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି ଯେ, “ସେ ଯେଉଁ ରାଜନୀତିକ ଦଳରୁ ଆସିଛନ୍ତି ତାହା ସମସ୍ତେ ଜାଣନ୍ତି। ଆଉ ସେହି ଦଳର ସ୍ଥିତି ଏବେ ଭିଡିଓରେ ଥିବା ବସ୍ ଭଳି ହୋଇଛି । ଯାତ୍ରୀମାନେ ଆତଙ୍କିତ କିନ୍ତୁ ମାଙ୍କଡ଼ ବିରୋଧରେ ଆପତ୍ତି କରିବାକୁ ଭୟ କରୁଛନ୍ତି ।”

ଶ୍ରୀ ପଣ୍ଡା ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ସତରେ କ’ଣ ଆପଣ ମୂକ? ମୁଁ ସେହି ପ୍ରଶାସକଙ୍କ କଥା କହୁଛି ଯିଏ ମାଙ୍କଡ଼ ସାଜି ଦଳକୁ ନିୟନ୍ତ୍ରଣ କରୁଛି ।ଏହାକୁ ବୁଝିବା ପାଇଁ ସାମାନ୍ୟ ଆଇକ୍ୟୁ ଦରକାର। ଯଦି ‘ବସ୍ ’କୁ ‘ଦଳ’(ବିଜେଡି) ବୋଲି ଧରାଯାଏ, ତେବେ ଡ୍ରାଇଭର ହେଉଛନ୍ତି ଦଳର ମୁଖିଆ। ଆଉ ମାଙ୍କଡ଼(ଅନୁପ୍ରବେଶକାରୀ) ଯିଏକି ଏବେ ଦଳକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି।

ତେବେ ଶ୍ରୀ ପଣ୍ଡାଙ୍କ ଏହି ବସ୍ , ଡ୍ରାଇଭର ଓ ମାଙ୍କଡ଼ ଭିଡିଓ ସମ୍ପର୍କରେ ଟିପ୍ପଣୀକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ “ବାସ୍ତବରେ ଏହା ସତ” ବୋଲି କହିବାକୁ ଭୁଲି ନାହାନ୍ତି।



from Odisha Reporter https://ift.tt/2y8K6vb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages