
କୁହାଯାଏ କର୍ମ ଅନୁସାରେ ଫଳ ମିଳିଥାଏ। ତଥାପି ଭାରତୀୟମାନେ ଭାଗ୍ୟ ବିଶ୍ୱାସୀ। ଏହି ପରିପ୍ରେକ୍ଷୀରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ନାମ ସହ ମଧ୍ୟ ଅକ୍ଷରର ସମ୍ପର୍କ ରହିଛି। ରାଶି ଅନୁସାରେ ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହେଲେ ତାହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ତାହା ମଧ୍ୟ ଜ୍ୟୋତିଷ ଶାସ୍ତ୍ର ବିଶ୍ୱାସ କରେ। ଯଦିଓ କିଛି ଲୋକ ଏହାକୁ ଅନ୍ଧ ବିଶ୍ୱାସ୍ ବୋଲି କହିଥାନ୍ତି ଅନେକ ଏହାକୁ ଖୁବ୍ ଗୁରୁତ୍ୱ ଦିଅନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଆପଣଙ୍କ ରାଶି ଅନୁଶାରେ କେଉଁ ଅକ୍ଷରର ନାମ ଥିଲେ ଶୁଭଙ୍କର।
ମେଷ:ଏହି ରାଶି ପାଇଁ ୪ଟି ଅକ୍ଷର ମହତ୍ୱ ରଖେ। ତାହା ହେଲା m,c,u,। ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିଲେ ଆପଣ ସବୁ କାମରେ ସଫଳତା ପାଇବେ।
ବୃଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ b,d ,s,v ହେଉଛି ଶୁଭ। ଯେତେବେଡ଼ ସମସ୍ୟା କିମ୍ବା ବାଧାବନ୍ଧକ ଆସୁଥିଲେ ତାହା ଦୂରେଇ ଯିବ।
ମିଥୁନ: ଏହି ରାଶି ପାଇଁ p,l ଏବଂr ହେଉଛି ଶୁଭ। ଜୀବନରେ ସଫଳତା ପାଇବା ପାଇଁ ଏହି ଅକ୍ଷରରରୁ ନାମ ଆରମ୍ଭ କରନ୍ତୁ।
କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ b,e,j,k ଶୁଭ। ଧନ ଲାଭ ଓ ଖୁସିରେ ରହିବା ପାଇଁ ଏହି ଅକ୍ଷର ବ୍ୟବହାର କରନ୍ତୁ।
ସିଂହ: ଏହି ରାଶି ପାଇଁ n,p, r, s, t ଅତ୍ୟନ୍ତ ଭଲ। ଭଲ ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଏହି ଅକ୍ଷରର ନାମ ବ୍ୟବହାର
କନ୍ୟା:ଏହି ରାଶି ପାଇଁ b,f,j,s ଶୁଭ। ଜୀବନରେ ଘଟୁଥିବା ସମସ୍ୟାର ସମାଧାନ ହୋଇପାରିବ।
ବିଛା:ଏହି ରାଶି ପାଇଁ c,p,e,r ଶୁଭ ଅଟେ।
ଧନୁ: ଏହି ରାଶି ପାଇଁ f,s,g,t ଅତ୍ୟନ୍ତ ଶୁଭ। ଏହି ଅକ୍ଷରରୁ ନାମ ଆରମ୍ଭ କଲେ କେବେ ଆର୍ଥିକ ସମସ୍ୟା ରହିବ ନାହିଁ।
ମକର: ଏହି ରାଶି ପାଇଁ b,j,m,p ଶୁଭ। ସର୍ବଦା ଖୁସିରେ ରହିବେ।
କୁମ୍ଭ: ଏହି ରାଶି ପାଇଁ a,g,j,k ଭାରି ଶୁଭ। ଏହି ଅକ୍ଷର ଉକ୍ତ ରାଶି ପାଇଁ ଉନ୍ନତିର ଲକ୍ଷଣ ବହନ କରିଥାଏ।
ମୀନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ d,h,j,k,l ଖୁବ୍ ଶୁଭ।
from Odisha Reporter https://ift.tt/2ylqR0P
No comments:
Post a Comment