ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିବେ ବରୁଣ ଧାୱନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିବେ ବରୁଣ ଧାୱନ୍

ମୁମ୍ବାଇ: ଅପ୍‌କମିଂ ମଲ୍ଟି ଷ୍ଟାରର୍ ବଲିଉଡ୍‌ ଫିଲ୍ମ ‘ଭାରତ’ର ଷ୍ଟାର୍‌ କାଷ୍ଟ୍‌ରେ ସାମିଲ ହୋଇଯାଇଛି ଆଉ ଏକ ନାଁ। ଫିଲ୍ମରେ ସଲମାନ୍ ଖାନ୍‌, କ୍ୟାଟ୍ରିନା କୈଫଙ୍କ ପରେ ଏବେ ବରୁଣ ଧାୱନ୍‌ ‘ଭାରତ’ର ସୁଟିଂରେ ଯୋଗ ଦେଇଛନ୍ତି। ଫିଲ୍ମରେ ବରୁଣଙ୍କର ଏକ ସ୍ୱତନ୍ତ୍ର ଚରିତ୍ର ଥିବା ଜଣାପଡିଛି। ବରୁଣଙ୍କ ବ୍ୟତୀତ ଏଥିରେ ଅଭିନେତ୍ରୀ ଦିଶା ପଟାନୀ, ତବୁ, ଜ୍ୟାକୀ ଶ୍ରଫ୍‌ ଓ ସୁନିଲ୍ ଗ୍ରୋଭର୍‌ ପ୍ରମୁଖ ଅଭିନୟ କରିଛନ୍ତି।

ସଲମାନ୍‌ ଖାନ୍‌ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଅଲୀ ଆବାସ୍‌ ଜାଫର୍ ସମ୍ଭାଳିଛନ୍ତି। ଆସନ୍ତା ବର୍ଷ ଜୁନ ୧୯ ତାରିଖ, ଇଦ୍‌ରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ। କୁହାଯାଉଛି, ଫିଲ୍ମ ‘ଭାରତ’ ହେଉଛି ସଲମାନ୍‌ଙ୍କର ଡ୍ରିମ୍‌ ପ୍ରେଜେକ୍ଟ।

ବରୁଣ ଧାୱନ୍ ଏବେ କରନ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବରୁଣଙ୍କ ବ୍ୟତୀତ ‘କଲଙ୍କ’ରେ ମାଧୁରୀ ଦୀକ୍ଷିତ ନେନେ, ସଞ୍ଜୟ ଦତ୍ତ, କିଆରା ଆଡଭାନୀ ଓ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ।

କିଛି ଦିନ ତଳେ ବରୁଣ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ସିଜନ୍‌-୧୨କୁ ନିଜ ଫିଲ୍ମ ‘ସୁଇ ଧାଗା’ର ପ୍ରମୋଶନ୍‌ ପାଇଁ ଆସିଥିଲେ। ‘ସୁଇ ଧାଗା’ରେ ଅନୁଷ୍କା ଶର୍ମା ବରୁଣଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।



from Odisha Reporter https://ift.tt/2y92N0P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages