ଜରୁରୀ ଶୁଣାଣି ପାଇଁ ଆସିବ ନୂଆ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଜରୁରୀ ଶୁଣାଣି ପାଇଁ ଆସିବ ନୂଆ ନିୟମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ବୁଧବାର ସକାଳେ ଶପଥ ନେଇଥିବା ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅପରାହ୍ଣରେ ନୂଆ ନିୟମ ପ୍ରଣୟନ କରିବାର ସଙ୍କେତ ଦେଇଛନ୍ତି। ଜଷ୍ଟିସ୍‌ ଗୋଗୋଇ କୋର୍ଟରେ ହେଉଥିବା ଜରୁରୀ ଶୁଣାଣି ଆବେଦନ ନିୟମାବଳୀରେ କେତେକ ପରିବର୍ତ୍ତନ କରିବାକୁ ଆଜି ପରାମର୍କଶ ଦେଇଛନ୍ତି।

କେବଳ ଜଣେ ବ୍ୟକ୍ତି ଫାଶୀ ପାଇବାକୁ ଗଲା ବେଳେ କିମ୍ବା କ୍ଷମତାଚ୍ୟୁତ୍‌ ହେଲା ବେଳେ ହିଁ ହେଉଥିବା ଆବେଦନର ଜରୁରୀ ଶୁଣାଣି କରାଯିବ। ଏଭଳି ପରିସ୍ଥିତି ଛଡ଼ା ଅନ୍ୟ କୌଣସି ମାମଲାର ଜରୁରୀ ଶୁଣାଣି କରାଯାଇ ପାରିବ ନାହିଁ। କେଉଁ ସବୁ ମାମଲାର ଜରୁରୀ ଶୁଣାଣି ହେବ, ତା’ର ପାରାମିଟର୍‌ ପ୍ରଣୟନ କରାଯିବ। ଯେଉଁ ପର୍ଯ୍ୟନ୍ତ ପାରାମିଟର୍‌ ପ୍ରଣୟନ ହୋଇନାହିଁ, ସେ ଯାଏ, ଜରୁରୀ ଆବେଦନକୁ ଗ୍ରହଣ କରାଯିବ ନାହିଁ। ଯଦି ଆସନ୍ତାକାଲି ଜଣେ ବ୍ୟକ୍ତି ଫାଶୀ ପାଇବାକୁ ଯାଉଛନ୍ତି, ତା’ହେଲେ ତା’ର ଜରୁରୀ ଶୁଶାଣି ହୋଇପାରିବ ବୋଲି ଜଷ୍ଟିସ୍‌ ଗୋଗୋଇ କହିଛନ୍ତି।

ସେ କହିଛନ୍ତି, ଅନେକ ସମୟରେ ଗୁରୁତ୍ୱ ନଥିବା ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ ହେଉଛି। କିନ୍ତୁ ଏଥିପାଇଁ କୋର୍ଟର ସମୟ ନଷ୍ଟ ହେଉଛି। ତେଣୁ ଜରୁରୀ ମାମଲା କ’ଣ ତା’ର ନିର୍ଦ୍ଦିଷ୍ଟ ପାରାମିଟର୍‌ ରହିବା ଦରକାର। ଉକ୍ତ ପାରାମିଟର୍‌ ଆଧାରରେ ହିଁ ମାମଲାର ଜରୁରୀ ଶୁଣାଣି କରାଯିବ। ଯଦି ଆବେଦନଗୁଡ଼ିକ ଆବଶ୍ୟକ ପାରାମିଟର୍‌ ପୂରଣ କରିବ ନାହିଁ, ତା’ହେଲେ ସେଗୁଡ଼ିକୁ ଜରୁରୀ ଶୁଣାଣି ପାଇଁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଗୋଗୋଇ କହିଛନ୍ତି।

ଅନ୍ୟପକ୍ଷରେ ଜଷ୍ଟିସ୍‌ ଗୋଗୋଇ ନୂଆ ସିଜେଆଇ ହୋଇଥିବାରୁ ତାଙ୍କୁ ବରିଷ୍ଠ ଓକିଲ ମାଥ୍ୟୁ ନେଦୁମପରା କ୍ୟାପ୍ଟେନ୍‌ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇବାକୁ ଚାହିଁଥିଲେ। କିନ୍ତୁ ଜଷ୍ଟିସ୍‌ ଗୋଗୋଇ ତାଙ୍କୁ କହିଥିଲେ, ଶୁଭେଚ୍ଛା ପରେ ଦେବେ, ଆଗେ କୋର୍ଟର କାମ।

ଏହାପରେ ଅନ୍ୟତମ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ବେଆଇନ୍‌ ଘୋଷିତ ରୋହିଙ୍ଗ୍ୟା ମୁସଲିମ୍‌ଙ୍କୁ ଦେଶାନ୍ତର କରାଯିବା ପ୍ରସଙ୍ଗ ଉଠାଇ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। ତେବେ ଜଷ୍ଟିସ୍‌ ଗୋଗୋଇ ଏହାକୁ ଗ୍ରହଣ କରି ନଥିଲେ। ସେ କହିଥିଲେ, ପ୍ରଥମେ ଆବେଦନ କରନ୍ତୁ, ଏହାପରେ ଆମେ ବିଚାର ପାଇଁ ଏହାକୁ ଶର୍ଟଲିଷ୍ଟ୍ କରିବୁ। ଏଥିସହ ଜଷ୍ଟିସ୍‌ ଗୋଗୋଇ କହିଥିଲେ, ପ୍ରତିଟି ମାମଲାରେ ପିଆଇଏଲ୍‌ ସୁପ୍ରିମକୋର୍ଟରେ ବିଚାର ପାଇଁ ଗ୍ରହଣୀୟ ନୁହେଁ।



from Odisha Reporter https://ift.tt/2O5CZhe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages