୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଜିତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଜିତ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଆଜି ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଆଜିଠୁ ତାଙ୍କର ନୂଆ ଠିକଣା ପାଲଟିଛି ଝାରପଡ଼ା ଜେଲ୍।

ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ଶ୍ରୀ ଆୟର ପୁଣିଥରେ କ୍ଷମା ପ୍ରାର୍ଥନା କରିବା ସହ ନିଜର ବୟାନ ରେକର୍ଡ କରିବା ପରେ କମିଶନରେଟ ପୁଲିସ ତାଙ୍କୁ ଗିରଫ କରିଥିଲା। ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଶହୀଦ ନଗର ଥାନାରେ ତାଙ୍କ ନାଁରେ ସେପ୍ଟେମ୍ବର ୨୦ ତାରିଖରେ ରୁଜୁ ହୋଇଥିବା ମାମଲାରେ ପୁଲିସର ୪ଜଣିଆ ଟିମ୍ ତାଙ୍କୁ ଜେରା କରିବା ପରେ ସନ୍ଧ୍ୟାରେ ସ୍ଥାନୀୟ ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା।

କୋର୍ଟ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ବିରୋଧରେ ଶହୀଦ ନଗର ଥାନାରେ ଆଇପିସିର ଧାରା ୨୯୪, ୨୯୫-କ, ୧୫୩-କ, ୫୦୦, ୫୦୬ ଓ ଆଇଟି ଆକ୍ଟର ଧାରା-୬୭ ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା।ଆୟରଙ୍କୁ ଗିରଫ କରାଯିବା ସମ୍ପର୍କରେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ଆୟରଙ୍କୁ ୭ଦିନିଆ ରିମାଣ୍ଡରେ ନେବା ପାଇଁ କୋଣାର୍କ ପୁଲିସ କୋର୍ଟରେ ଆବେଦନ କରିଥିଲା। ତେବେ ଏହା ଉପରେ କୋର୍ଟ ପରେ ବିଚାର କରିବେ।

ସୂଚନାଯୋଗ୍ୟ, ଶ୍ରୀ ଆୟର ଆଜି ସକାଳେ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇ ପୂର୍ବରୁ ସୋଶାଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଏହା ତାଙ୍କର ନିର୍ବୋଧତା ଥିଲା ବୋଲି ମଧ୍ୟ କହିଥିଲେ। ତେବେ ଗୃହ କମିଟି ତାଙ୍କୁ ଆସନ୍ତା ନଭେମ୍ବର ୨ତାରିଖରେ ପୁଣିଥରେ ହାଜର ହେବାକୁ କହିବା ସହ ସତ୍ୟପାଠ ଆକାରରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2EP6W0q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages