‘ବୈଜୟନ୍ତଙ୍କୁ ଟାର୍ଗେଟ୍ କରିବାକୁ ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ’ : ଖାରବେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

‘ବୈଜୟନ୍ତଙ୍କୁ ଟାର୍ଗେଟ୍ କରିବାକୁ ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ’ : ଖାରବେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାଜନୀତିକ ଆକ୍ରୋଶ ରଖି ଅଭିଜିତ୍ ଆୟର ମିତ୍ର ମାମଲାରେ ଓଡ଼ିଶା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଉକ୍ରଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କହିଛନ୍ତି।

ଆଜି ‘କନକ ନ୍ୟୁଜ୍’ ଚ୍ୟାନେଲରେ ଆଲୋଚନାବେଳେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଅଭିଜିତ୍ ଆୟର ମାମଲାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ଭାବେ ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ। ଦୁଇମାସ ପୂର୍ବରୁ ଓଡ଼ିଶାର କେହି ଅଭିଜିତ୍ ଆୟରଙ୍କୁ ଜାଣିନଥିଲେ। ସେ ମଧ୍ୟ ଆମ ପାଇଁ କିଛି ନୁହେଁ। ସେଭଳି ଜଣେ ବ୍ୟକ୍ତିଙ୍କ କଥାକୁ କାହିଁକି ଆମେ ଗୁରୁତ୍ୱ ଦେଉଛୁ। ଯେଉଁ ଲୋକ ମୋ’ ପାଇଁ ଗୁରୁତ୍ୱହୀନ ତା’ କଥାରେ ମୋର ସ୍ୱାଭିମାନ ଆଘାତ କାହିଁକି ପାଇବ? ସମଗ୍ର ଶାସକ ଦଳ ଓ ପ୍ରଶାସନିକ ବ୍ୟବସ୍ଥା କେବଳ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରିବାକୁ ରାଜନୀତିକ ଆକ୍ରୋଶ ରଖି ଏଭଳି କାର୍ଯ୍ୟ କରୁଛି।

ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଖରେ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ବେଳେ ଏଭଳି ଏକ କଥାକୁ ସେମାନେ କାହିଁକି ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିବା ସହ ବିଧାୟକମାନଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।

ବିଧାନସଭା ଗୃହ କମିଟିର ଏଭଳି ଆଚରଣକୁ ସେ ନାପସନ୍ଦ କରିଛନ୍ତି। ଓଡ଼ିଶା ବିଧାନସଭା ଏବେ ହୀନମାନ୍ୟତା(inferiority complex)ର ଶିକାର ହୋଇଛି। ସେ ଏଭଳି ସତ୍ କଥା କହିଥିବାରୁ ତାଙ୍କ ବିରୋଡ଼ରେ ମଧ୍ୟ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ପାଇଁ ଶ୍ରୀ ସ୍ୱାଇଁ ଚ୍ୟାଲେଞ୍ଜ କରିଛନ୍ତି।

ରାଜନୀତିକ ବିରୋଧୀମାନଙ୍କୁ ହଇରାଣ କରିବା କାର୍ଯ୍ୟରୁ ସରକାର ବିରତ ରହିବା ଉଚିତ୍। ଏଠି ପ୍ରକୃତରେ ଟାର୍ଗେଟ୍ ବୈଜୟନ୍ତ ପଣ୍ଡାଙ୍କୁ କରାଯାଉଛି। ଅଭିଜିତ୍ ଆୟର ମିତ୍ର ପୂର୍ବରୁ କ୍ଷମା ମାଗିସାରିଛନ୍ତି। ଆମ ପାଖରେ ପୂର୍ବରୁ ଅନେକ ଉଦାହରଣ ରହିଛି ଯେଉଁଠି କ୍ଷମା ମାଗିବା ସହ ଅବମାନନା ମାମଲାର ସମାଧାନ ହୋଇଯାଏ। ଯଦି ସରକାର ପ୍ରତିଶୋଧପରାୟଣ ନୁହନ୍ତି ତା’ହେଲେ କାହିଁକି ଅଭିଜିତ୍ ମାମଲାରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।.



from Odisha Reporter https://ift.tt/2D0fFv8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages