
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ମାତ୍ର ୫ ମିନିଟ୍ ଭିତରେ ଷ୍ଟକ୍ ମାକ୍ରେଟ୍ର ନିବେଶକ ମାନେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗୁରୁବାର କାରବାର ଆରମ୍ଭରେ ନିବେଶକମାନଙ୍କୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡ଼ିଛି।
ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସଇ) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହା ସାମ୍ନାକୁ ଆସିଛି। ଗୁରୁବାର କାରବାର ଆରମ୍ଭରେ ଏନ୍ଏସଇ ସୂଚକାଙ୍କ ନିଫ୍ଟିରେ ୩୦୭ ପଏଣ୍ଟ୍ ହ୍ରାସ ଘଟି ୧୦୧୫୪ ପଏଣ୍ଟକୁ ଖସିଥିଲା।
ସେହିପରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍ଇ) ସୂଚକାଙ୍କ ସେନସେକ୍ସରେ ୧୦୨୯ ପଏଣ୍ଟ୍ ହ୍ରାସ ଘଟି ଏହା ୩୩,୭୩୨ ପଏଣ୍ଟକୁ ଖସି ଆସିଥିଲା।
from Odisha Reporter https://ift.tt/2A4rii0
No comments:
Post a Comment