‘ତିତଲି’ ପ୍ରକୋପ: ୧୧୧୨ଟି ରିଲିଫ୍ କ୍ୟାମ୍ପରେ ରହିଛନ୍ତି ୩ ଲକ୍ଷ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

‘ତିତଲି’ ପ୍ରକୋପ: ୧୧୧୨ଟି ରିଲିଫ୍ କ୍ୟାମ୍ପରେ ରହିଛନ୍ତି ୩ ଲକ୍ଷ ଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ରେ କେହି ମୃତାହତ ହୋଇନାହାନ୍ତି। ତଳିଆ ଅଞ୍ଚଳର ୩ଲକ୍ଷ ଲୋକଙ୍କୁ ୧୧୧୨ଟି ରିଲିଫ କ୍ୟାମ୍ପରେ ସୁରକ୍ଷିତ ରଖାଯାଇ ସେମାନଙ୍କୁ ରିଲିଫ୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଭୟଙ୍କର ବାତ୍ୟା ‘ତିତଲି’ ଆଜି ଭୋର ସମୟରେ ପଲାସା ନିକଟରେ ଉପକୂଳ ଛୁଇଁବା ପରେ ପ୍ରଶାସନିକ ପ୍ରସ୍ତୁତି ଓ କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ପ୍ରେସ ରିଲିଜ୍ ଅନୁସାରେ ‘ତିତଲି’ ପ୍ରଭାବରେ ଗଜପତି ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। କ୍ଷତିଗ୍ରସ୍ତ ଅଂଚଳରେ ପିଇବା ପାଣି, ବିଦ୍ୟୁତ ସରବରାହ ଓ ସଡ଼କ ଯୋଗାଯୋଗ ଆଦି ଜରୁରୀ ସେବାକାର୍ଯ୍ୟକୁ ପୁନଃସ୍ଥାପିତ କରିବାକୁ ଉଦ୍ୟମ ଚାଲିଛି।

ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଂଟନ ଏବଂ ଘରଭଙ୍ଗା ଓ ଫସଲ କ୍ଷୟକ୍ଷତି ଆକଳନ କରି ଶୀଘ୍ର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତିତଲିର ମୁକାବିଲା ପାଇଁ ୧୩ଟି ଏନଡିଆରଏଫ୍ ଟିମ୍ ସହ ଓଡ୍ରାଫ ଟିମ୍ ମୁତୟନ ହୋଇଥିବାବେଳେ ଗଜପତିରେ ଆଉ ୨ଟି ଏନଡିଆରଏଫ୍ ଟିମକୁ ପଠାଯାଇଛି। ଅଗ୍ନିଶମ ବାହିନୀକୁ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ମୁତୟନ କରାଯାଇଥିବା ଜଣାପଡ଼ିଛି।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବରୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ।



from Odisha Reporter https://ift.tt/2OlZvT2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages