ଆୟୁର୍ବେଦର ଏହି ୧୦ଟି ଉପଚାର ହଜମ ପ୍ରକ୍ରିୟାକୁ ଠିକ୍ ରଖେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ଆୟୁର୍ବେଦର ଏହି ୧୦ଟି ଉପଚାର ହଜମ ପ୍ରକ୍ରିୟାକୁ ଠିକ୍ ରଖେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ସମୟରେ ଅନେକ ବଦ୍‌ହଜମି ସମସ୍ୟାରେ ପଡ଼ିଥା’ନ୍ତି। ଏହା ପାଚନ ତନ୍ତ୍ରରେ ଥିବା ଭଲ ଓ ଖରାପ ବ୍ୟାକ୍ଟେରିଆଙ୍କ ମଧ୍ୟରେ ଅସନ୍ତୁଳନ ଯୋଗୁ ହୋଇଥାଏ। ହଜମ ପ୍ରକ୍ରିୟା ଶରୀରର ମହତ୍ୱପୂର୍ଣ୍ଣ ଅଂଶ। ଖାଦ୍ୟ ଭଲ ଭାବେ ହଜମ ହେଲେ ଯାଇ ଏଥିରୁ ଶରୀରକୁ ଶକ୍ତି ମିଳିଥାଏ। ତେବେ ଠିକ୍‌ରେ ନଶୋଇବା, ଅଧିକ ମାତ୍ରାରେ ଔଷଧ ସେବନ, ମିଠା ଅଧିକ ଖାଇବା ଓ ମଦ୍ୟପାନ ଭଳି କିଛି କାରଣରୁ ନିୟମିତ ବଦ୍‌ହଜମି ହୋଇଥାଏ।

ଶରୀରରେ ଖାଦ୍ୟକୁ ହଜମ କରୁଥିବା ଅଙ୍ଗ ବା ଯନ୍ତ୍ରକୁ ପାଚନ ତନ୍ତ୍ର ବୋଲି କୁହାଯାଏ। ଆୟୁର୍ବେଦରେ ଏହି ପାଚନ ତନ୍ତ୍ରକୁ ଅଗ୍ନି ସହ ସମାନ ବିବେଚନା କରାଯାଏ। ଏହାକୁ ଶରୀରର ଉର୍ଜା ସ୍ରୋତ ବୋଲି ମଧ୍ୟ କୁହାଯାଇଥାଏ। ଶରୀର ପାଇଁ ଆବଶ୍ୟକ ସମସ୍ତ ଶକ୍ତି ଏହି ଠାରେ ହିଁ ସୃଷ୍ଟି ହୋଇଥାଏ। ଏହା ଠିକ୍‌ ରହିଲେ ଶରୀର ସୁସ୍ଥ ରହେ। ଯଦି ପାଚନ ତନ୍ତ୍ରରେ କୌଣସି ସମସ୍ୟା ସୃଷ୍ଟି ହୁଏ, ତେବେ ଶରୀରକୁ ନାନା ପ୍ରକାର ରୋଗ ଆକ୍ରମଣ କରିଥାଏ।

ତେବେ ଆସନ୍ତୁ ଜାଣିବା, ଆୟୁର୍ବେଦରେ ଥିବା ଏମିତି ୯ଟି ଉପଚାର, ଯାହା ହଜମ ପକ୍ରିୟାକୁ ନିୟନ୍ତ୍ରଣ କରୁଥିବା ପାଚନ ତନ୍ତ୍ରକୁ ଠିକ୍‌ ରଖିବା ସହ ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ।

healthଏକାଗ୍ର ହୋଇ ଖାଆନ୍ତୁ 

ଆଜିକାଲି ପ୍ରାୟ ସମସ୍ତେ ଗୋଟିଏ ସମୟରେ ଏକାଧିକ କାମ କରିବାକୁ ଚାହୁଁଛନ୍ତି। ଫଳରେ ଦୈନନ୍ଦିନ ଜୀବନରେ ଖାଇବା, ପିଇବା ଠିକ୍‌ ରହି ନଥାଏ। ଆୟୁର୍ବେଦ ଚିକିତ୍ସାରେ ସବୁବେଳେ ଏକାଗ୍ର ହୋଇ ଖାଇବାକୁ ପରାମର୍ଶ ଦିଆଯାଇଛି। ଏକାଗ୍ର ହୋଇ ଖାଇଲେ, ମସ୍ତିଷ୍କକୁ ଆମେ କ’ଣ ଖାଉଛେ, ତାହାର ସଠିକ୍‌ ସୂଚନା ମିଳିଥାଏ। ହାଲକା ଓ ନିରାମିଷ ଖାଦ୍ୟ ଆମ ପାଚନ ତନ୍ତ୍ରକୁ ଠିକ୍‌ ରଖିଥାଏ। ଫଳରେ ଖାଦ୍ୟ ଭଲ ହଜମ ହୋଇଥାଏ।

ଅଧିକ ତରଳ ପଦାର୍ଥ ଖାଇବାରୁ ଦୂରେଇ ରୁହନ୍ତୁ

ଅଧିକ ପରିମାଣର ତରଳ ପଦାର୍ଥ ଖାଇଲେ ପାଚନ ତନ୍ତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷ କରି କୋଲ୍‌ଡ୍‌ ଡ୍ରିଙ୍କସ୍‌ ଓ ଅନ୍ୟାନ୍ୟ ମୃଦୁ ପାନୀୟ ପାଚନ ତନ୍ତ୍ର ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଅଧିକ ମାତ୍ରାରେ ଶୋଇବା ଓ ଖାଇବା ମଧ୍ୟ ପାଚନ ତନ୍ତ୍ର ପାଇଁ ସମସ୍ୟା ସୃଷ୍ଟି କରିଥାଏ।

ପାଚନ ତନ୍ତ୍ରକୁ ସୁସ୍ଥ ରଖନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଶରୀରର ପାଚନ ତନ୍ତ୍ର ସବୁବେଳେ ସୁସ୍ଥ ରହିବା ଜରୁରୀ। ସୁସ୍ଥ ରହିବା ଦ୍ୱାରା ପାଚନ ତନ୍ତ୍ର ଠିକ୍‌ ଭାବେ କାର୍ଯ୍ୟ କରିଥାଏ। ଖାଇବା ପୂର୍ବରୁ ଅଳ୍ପ ବୁଲାବୁଲି କରିବା ପାଚନ ତନ୍ତ୍ରକୁ ସୁସ୍ଥ ଓ ଫିଟ୍‌ ରଖିବାର ଏକ ସରଳ ଉପାୟ। ସକାଳୁ ବିଛଣା ଛାଡିବା ପରେ ଦୁଇ ଗ୍ଲାସ୍‌ ପାଣି ପିଇଲେ ମଧ୍ୟ ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

ମସଲାଯୁକ୍ତ ଖାଦ୍ୟ କମ ଖାଆନ୍ତୁ 

ପ୍ରତିଦିନ ଅଧିକ ମାତ୍ରାରେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ। ସବୁଦିନ ଅଧିକ ମାତ୍ରାରେ ପରିବା ଓ ଫଳ ଖାଆନ୍ତୁ। ଏହା ପାଚନ ତନ୍ତ୍ରର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ।health

ଖାଇବା ସମୟ ଠିକ୍‌ ରଖନ୍ତୁ

ଆଜିକାଲି ଅଧିକାଂଶ ଲୋକ ସଠିକ୍ ସମୟରେ ଖାଦ୍ୟ ଖାଇନଥା’ନ୍ତି। ତେବେ ଠିକ୍‌ ଓ ନିର୍ଦ୍ଦିଷ୍ଟ ସମୟରେ ନିୟମିତ ଖାଇବା ଶରୀର ପାଇଁ ଖୁବ୍ ଜରୁରୀ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ହଜମ କରିବାର କ୍ଷମତାକୁ ବଢ଼ାଇଥାଏ।

ଅଧିକ ସମୟ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ

କୌଣସି ସ୍ଥାନରେ ଅଧିକ ସମୟ ବସି କାମ କରିବା ଓ ପାଠ ପଢ଼ିବା ପାଚନ ତନ୍ତ୍ର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆୟୁର୍ବେଦ ଅନୁସାରେ, ଅଧିକ ସମୟ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। କିଛି ସମୟ ଅନ୍ତରାଳରେ ନିଜ ସିଟ୍‌ରୁ ଉଠି ଟେକେ ବୁଲାବୁଲି କରନ୍ତୁ।

ସତେଜ ପବନ 

ପାଚନ ତନ୍ତ୍ରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିବା ପାଇଁ ସତେଜ ପବନର ଆବଶ୍ୟକ। ଏଥିପାଇଁ ସକାଳୁ ଉଠି କିଛି ସମୟ ପାଇଁ ବୁଲିବାକୁ ଯାଆନ୍ତୁ (ମର୍ଣ୍ଣିଂ ୱାକ୍‌)। ଏଥିରୁ ଆପଣ ସତେଜ ପବନ ପାଇ ପାରିବେ। ଯାହା ଶରୀର ମଧ୍ୟକୁ ଯାଇ ଆପଣଙ୍କ ପାଚନ ତନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବ।

healthଧ୍ୟାନ କରନ୍ତୁ

ଚିନ୍ତା ଦୂର ପାଇଁ ଧ୍ୟାନ ଠାରୁ ଭଲ ଉପାୟ କିଛି ନାହିଁ। ପ୍ରତିଦିନ ୫ ମିନିଟ ଏକାଗ୍ର ହୋଇ ଧ୍ୟାନ କରନ୍ତୁ, ବହୁତ ଲାଭ ପାଇବେ।

ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ 

ପ୍ରତିଦିନ ଶରୀରର ଆବଶ୍ୟକତା ଅନୁସାରେ ସଠିକ୍‌ ପରିମାଣର ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଏହା ପାଚନ ତନ୍ତ୍ରରେ ଥିବା ବ୍ୟାକ୍ଟେରିଆକୁ ସନ୍ତୁଳିତ କରିଥାଏ। ଏହାସହ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତି ପହଞ୍ଚାଇବା କାମ କରିଥାଏ।

ପାଚନ ତନ୍ତ୍ରକୁ ସୁସ୍ଥ ଓ ସନ୍ତୁଳିତ ରଖିପାରିଲେ, ବ୍ୟକ୍ତି ଦୀର୍ଘାୟୁ ହୁଅନ୍ତି। ଏଥିପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଶରୀରର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ଉଚିତ୍‌।



from Odisha Reporter https://ift.tt/2xTFAk7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages