କେଉଁଠି ବିବାହ କରିବାକୁ ଚାହୁଁଛନ୍ତି ଜାହ୍ନବୀ, ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

କେଉଁଠି ବିବାହ କରିବାକୁ ଚାହୁଁଛନ୍ତି ଜାହ୍ନବୀ, ଜାଣିଛନ୍ତି?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଫିଲ୍ମ ‘ଧଡ଼କ୍‌’ ପରେ ଏବେ  ବିଭିନ୍ନ ଆଡ୍‌ ଓ ମାଗାଜିନ୍‌ର କଭର ପେଜ୍‌ ପାଇଁ ଫଟୋ ଶୁଟ୍‌ରେ ବ୍ୟସ୍ତ। ନିକଟରେ ‘‘ବ୍ରାଇଡ୍ସ ଟୁଡେ’’ ମାଗାଜିନ୍‌ର ଅକ୍ଟୋବର ୨୦୧୮ ଏଡିସନ୍‌ ପାଇଁ ସେ ଫଟୋ ଶୁଟ୍‌ କରିଛନ୍ତି। ଏହା ଜାହ୍ନବୀଙ୍କ ଏ ପର୍ଯ୍ୟନ୍ତର ସବୁ ଫଟୋ ଶୁଟ୍‌ଠାରୁ ଭିନ୍ନ ବୋଲି କୁହାଯାଉଛି।

ଏହାର ଖାସ୍‌ କାରଣ ହେଉଛି ଜାହ୍ନବୀଙ୍କ ଡ୍ରେସ୍‌। କାହିଁକି ନା, ଏହି ଫଟୋ ଶୁଟ୍‌ରେ ସେ ପିନ୍ଧିଥିବା ଡ୍ରେସ୍‌ ଶ୍ରୀଦେବୀଙ୍କଠାରୁ ପ୍ରେରିତ ବୋଲି କୁହାଯାଉଛି । ଏହି ଅବସରରେ ‘ବ୍ରାଇଡ୍‌ ଟୁଡେ’କୁ ସାକ୍ଷାତକାର ଦେଇ ଜାହ୍ନବୀ ନିଜ କ୍ରଶ୍‌ ଓ ବିବାହ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି ।

କେଉଁଠି ବାହା ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘‘ମୋର ମନେ ଅଛି  ମୁଁ କିଛି ବର୍ଷ ପୂର୍ବେ ଯେବେ ଫ୍ଲୋରିସ୍‌ ଯାଇଥିଲି।  ସେତେବେଳେ ମୁଁ କହିଥିଲି  ମୁଁ ସେଇଠି ବିବାହ କରିବି।  ଆଉ ଏବେବି ଫ୍ଲୋରିସ୍‌ରେ ବିବାହ କରିବାକୁ ଚାହୁଁଛି। ମୁଁ ମୋ ବାହାଘରରେ ଗୋଲ୍ଡେନ୍‌ କାଞ୍ଜିଭରମ୍‌ ସାଢ଼ୀ  ପିନ୍ଧିବାକୁ ଚାହେଁ।”

ଖାଲି ସେତିକି ନୁହେଁ, ନିଜ କ୍ରଶ୍‌ ବିଷୟରେ ମଧ୍ୟ ସେ ଏମିତି ଉତ୍ତର ଦେଇଥିଲେ, କହିଥଲେ,‘‘ଏହା ମୋ ମୁଡ୍‌ ଉପରେ ନିର୍ଭର କରେ। କାରଣ କେବେ ମୋତେ ଆମେରିକାନ୍ ଅଭିନେତା ମେଟ୍‌ ଡମନ୍‌ ପସନ୍ଦ ଆସନ୍ତି ତ କେବେ ଇଣ୍ଡିଆନ୍‌ ଫିଲ୍ମ ନିର୍ଦ୍ଦେଶକ ଗରୁଦତ୍ତ। ଏଣୁ ଆପଣ ଏ ଦୁହିଁଙ୍କୁ ମୋର କ୍ରଶ୍‌ କହିପାରନ୍ତି।”

ସୂଚନାଯୋଗ୍ୟ ଯେ, ଜହ୍ନବୀ କପୁର ଏବେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତଖ୍ତ’ରେ ଅଭିନୟ କରିବେ। ଏହି ଫିଲ୍ମ  ୨୦୨୦ରେ ରିଲିଜ୍‌ ହେବ।

 



from Odisha Reporter https://ift.tt/2RjIcQp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages