ବିଜୟରେ ଶତକ ଲଗାଇଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ବିଜୟରେ ଶତକ ଲଗାଇଲା ଟିମ୍‌ ଇଣ୍ଡିଆ

ରାଜ୍‌କୋଟ୍‌: ଟିମ୍‌ ଇଣ୍ଡିଆ ଗୁଜରାଟ୍‌ର ରାଜକୋଟ୍‌ ସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ଅତି ସହଜରେ ମାତ୍‌ ଦେଇଛି। ତେବେ ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଘରୋଇ ପରିବେଶରେ ୧୦୦ ତମ ଟେଷ୍ଟ୍‌ ମ୍ୟାଚ୍‌ ଜିତିବାର ଗୌରବ ମଧ୍ୟ ହାସଲ କରିଛି। ଟିମ୍‌ ଇଣ୍ଡିଆ ଘରୋଇ ପରିବେଶ୍‌ରେ ୨୬୬ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିବା ପରେ ବିଜୟରେ ଶତକ କରିଛି।

ଟିମ୍‌ ଇଣ୍ଡିଆ ରାଜକୋଟ୍‌ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମେ ବ୍ୟାଟିଂ କରି ୬୪୯/୯ରେ ପାଳି ଘୋଷଣା କରିଥିବା ଟିମ୍‌ ଇଣ୍ଡିଆ ବୋଲିଂରେ ମଧ୍ୟ କମାଲ କରିଥିଲା। ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହୋଇଥିବା ଇଣ୍ଡିଜ୍‌ ଦଳ ପ୍ରଥମ ଇନିଂସ୍‌ରେ ୧୮୧ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୯୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଏହି ବିଜୟ ପରେ ଟିମ୍‌ ଇଣ୍ଡିଆ ଘରୋଇ ପରିବେଶରେ ନିଜର ୧୦୦ ତମ ଟେଷ୍ଟ୍‌ ଜିତିପାରିଛି। ଏପରି କରି ଘରୋଇ ପରିବେଶରେ ୧୦୦ଟି ଟେଷ୍ଟ ଜିତିଥିବା ଦଳଗୁଡ଼ିକ ମଧ୍ୟରେ ଭାରତ ୪ର୍ଥ ରାଷ୍ଟ୍ର ହୋଇଛି। ଏହି ତାଲିକାରେ ଅଷ୍ଟ୍ରେଲିଆ ୪୧୫ ମ୍ୟାଚ୍‌ରୁ ୨୮୩ ବିଜୟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ୫୧୫ ମ୍ୟାଚ୍‌ରୁ ୨୧୭ଟି ଜିତି ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ୨୩୦ଟି ମ୍ୟାଚ୍‌ରୁ ଘରୋଇ ପରିବେଶରେ ୧୦୪ଟି ମ୍ୟାଚ୍‌ ଜିତି ୩ୟ ସ୍ଥାନରେ ରହିଛି।

୧୯୩୩/୩୪ରେ ପ୍ରଥମଥର ପାଇଁ ଘରୋଇ ମାଟିରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲା ଟିମ୍‌ ଇଣ୍ଡିଆ। କିନ୍ତୁ ପାଖାପଖି ୨ ଦଶନ୍ଧି ପରେ ଘରୋଇ ମାଟିରେ ବିଜୟ ବାସ୍ନା ପାଇଥିଲା। ୧୯୫୨ ମସିହାରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌କୁ ନାଟକୀୟ ଭାବେ ୮ ରନ୍‌ରେ ଜିତି ଘରୋଇ ପରିବେଶରେ ପ୍ରଥମ ମ୍ୟାଚ୍‌ ଜିତିବାର ଗୌରବ ହାସଲ କରିଥିଲା।



from Odisha Reporter https://ift.tt/2OEycT9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages