
ନୂଆଦିଲ୍ଲୀ: ଡ୍ରାଇଭର ସିଟ୍ରେ ମାଙ୍କଡ଼। ଯାତ୍ରୀବାହୀ ବସ୍ ଚଲାଇଲା ମାଙ୍କଡ଼। କଥାଟା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ।ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କର୍ଣ୍ଣାଟକାର ସରକାରୀ ବସ୍ରେ ଏଭଳି ଏକ ବିଳର ଦୃଶ୍ୟ ଦେଖିବାକୁ ମିଳିଛି। ଚଳନ୍ତା ବସ୍ରେ ଗୋଟିଏ ମାଙ୍କଡ଼ ଆସି ଡ୍ରାଇଭିଂ କରିବା ଘଟଣା ଯେତିକି କି ରୋମାଞ୍ଚକର ଥିଲା ସେତିକି ଭୟଙ୍କର ମଧ୍ୟ ଥିଲା। ତେବେ ଭିଡିଓରେ ଦେଖାଯାଉଛି ଯେ, ମାଙ୍କଡ଼ ପାଖରେ ଡ୍ରାଇଭର ମଧ୍ୟ ବସିଥିଲେ।
ଏମିତିକି ଗାଡ଼ି ଚଳାଇବା ପାଇଁ ଡ୍ରାଇଭର ମାଙ୍କଡ଼ଟିକୁ ଉପାୟ ବତାଉଥିବା ଦେଖାଯାଉଛି। ଏପରିକି ଡ୍ରାଇଭରଙ୍କ ଇଶାରାରେ ମାଙ୍କଡ଼ ଗିଅର ଚେଞ୍ଜ କରୁଥିବା ଦେଖାଯାଉଛି।
ତେବେ ଯାତ୍ରୀଙ୍କ ଜୀବନ ବିପନ୍ନ କରି ଏମିତି ଏକ ଦୁଃଶାହସିକ ପଦକ୍ଷେପ ନେଇଥିବାରୁ ସମ୍ପୃକ୍ତ ଡ୍ରାଇଭରଙ୍କୁନିଲମ୍ବିତ କରାଯାଇଛି। ଅକ୍ଟୋବର ୧ରେ ଏହି ଘଟଣା ଘଟିଥିଲା ବେଳେ ଏବେ ଏହି ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହୋଇଛି। କର୍ଣ୍ଣାଟକା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମ୍ପୃକ୍ତ ଡ୍ରାଇଭରଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
#WATCH Viral video from Karnataka's Davanagere of a KSRTC bus driver driving with a Langur perched on the steering wheel. The bus driver has been suspended for endangering the lives of the passengers. pic.twitter.com/RexZAfKZdr
— ANI (@ANI) October 6, 2018
from Odisha Reporter https://ift.tt/2QwG2eY
No comments:
Post a Comment