ଜାଣନ୍ତୁ ଟିମ୍‌ ଇଣ୍ଡିଆର ରାଙ୍କିଙ୍ଗ ଗଣିତ ବିଷୟରେ କିଛି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଜାଣନ୍ତୁ ଟିମ୍‌ ଇଣ୍ଡିଆର ରାଙ୍କିଙ୍ଗ ଗଣିତ ବିଷୟରେ କିଛି ତଥ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ରାଜକୋଟ୍‌ରେ ଟିମ୍‌ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପଲା ଭାରୀ ରହିଛି। କାରଣ ଗତ ୨୪ ବର୍ଷ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ ଭାରତରେ ଗୋଟିଏ ହେଲେ ବି ଟେଷ୍ଟ୍‌ ମ୍ୟାଚ୍‌ ଜିତିପାରି ନାହିଁ। ତେଣୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏହି ରେକର୍ଡ କାଏମ ରଖିବାକୁ ଉଦ୍ୟମ କରିବେ।

ସେହିପରି ଆଇସିସି ଟେଷ୍ଟ୍‌ ରାଙ୍କିଙ୍ଗରେ ଭାରତ ଏବେ ପ୍ରଥମ ସ୍ଥାନରେ ଥିବାରୁ ଏହି ସିରିଜ୍‌ ପରେ ଯେମିତି କୌଣସି ପଏଣ୍ଟ ହ୍ରାସ ନ ଘଟିବ, ସେଥିପ୍ରତି ଅଧିକ ଗୁରୁତ୍ୱ ଦେବ।

ଟିମ୍‌ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଇଂଲଣ୍ଡ ଗସ୍ତ କରିଥିଲା। ସେଠାରେ ବିରାଟ୍‌ ଆଣ୍ଡ କୋ ୧-୪ରେ ସିରିଜ୍‌ ହାରିଥିଲେ। ତଥାପି ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆର ମାତ୍ର ଗୋଟିଏ ପଏଣ୍ଟ ହ୍ରାସ ପାଇଥିଲା। ତେଣୁ ପୂର୍ବଭଳି ଦଳର ୧ନଂ ସ୍ଥାନ କାଏମ ରହିଛି। ସେହିପରି ଦଳ ଯଦି ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୨ଟି ଯାକ ଟେଷ୍ଟ୍‌କୁ ଜିତି ନିଏ, ତା’ହେଲେ ଟିମ୍‌ ଇଣ୍ଡିଆର ରାଙ୍କିଙ୍ଗରେ ମାତ୍ର ଗୋଟିଏ ପଏଣ୍ଟ୍‌ ଯୋଡ଼ି ହେବ।

କାରଣ ଭାରତ ରାଙ୍କିଙ୍ଗର ୧ ନମ୍ବର ସ୍ଥାନରେ ଥିବା ବେଳେ ୱେଷ୍ଟ୍‌ଇଣ୍ଡିଜ୍‌ ୮ ନଂ ସ୍ଥାନରେ ରହିଛି। ଭାରତ ପାଖରେ ୧୧୫ ପଏଣ୍ଟ ଥିବା ବେଳେ ଏହା ପଛକୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସମାନ ୧୦୬ ପଏଣ୍ଟ ପାଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ରେ ବିରାଟ୍‌ କୋହଲି ନିଜର ବ୍ୟକ୍ତିଗତ ୧ ନଂ ସ୍ଥାନକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିବେ। ବିରାଟ୍‌ଙ୍କ ପାଖରେ ୯୩୦ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ପାଖରେ ୯୨୯ ପଏଣ୍ଟ ରହିଛି।

ଆଇସିସି ରାଙ୍କିଙ୍ଗର ୬ ନଂ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆର ଭରସାଯୋଗ୍ୟ ବ୍ୟାଟସ୍‌ମ୍ୟାନ୍‌ ଚେତେଶ୍ୱର ପୂଜାରା ଓ ୧୯ ନଂ ସ୍ଥାନରେ ଥିବା କେଏଲ୍‌ ରାହୁଲଙ୍କ ପାଖରେ ମଧ୍ୟ ନିଜ କ୍ୟାରିୟର୍‌ର ରାଙ୍କିଙ୍ଗ ସୁଧାରିବାର ସୁଯୋଗ ରହିଛି। ବୋଲିଂରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ନିଜ ନିଜର ରାଙ୍କିଙ୍ଗରେ ସୁଧାର ଆଣିବାକୁ ଚେଷ୍ଟା କରିବେ।

ବିରାଟ୍‌ଙ୍କ ଟିମ୍‌ ଇଣ୍ଡିଆ ଭାରତରେ ମାତ୍ର ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ ହାରିଥିବାରୁ ଏଥର ଦଳ ୱେଷ୍ଟ୍‌ଇଣ୍ଡିଜ୍‌କୁ ମାତ୍‌ ଦେଇପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି। ୨୦୧୫ରେ ବିରାଟ୍‌ ଟିମ୍‌ ଇଣ୍ଡିଆର ମଙ୍ଗ ଧରିଥିଲେ। ସେବେଠାରୁ ଭାରତ ହୋମ ଗ୍ରାଉଣ୍ଡରେ ୧୯ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିଛି। ଏହି ୧୯ଟି ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆ ୧୩ଟି ଜିତିଥିବା ବେଳେ ୫ଟି ଡ୍ର ରଖିବାରେ ସକ୍ଷମ ହୋଇଛି। ତେବେ ଗତବର୍ଷ ପୁଣେଠାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ରେ ଭାରତ ଲଜ୍ଜାଜନକ ଭାବେ ୩୩୩ ରନ୍‌ରେ ପରାସ୍ତ ହୋଇଥିଲା।



from Odisha Reporter https://ift.tt/2O2ZhjC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages