ଚଞ୍ଚକତା କରି କେମିତି ବୈଜୟନ୍ତୁଙ୍କୁ ଫସାଇବାକୁ କରାଯାଇଲା କାରସାଦି, ପଢ଼ନ୍ତୁ ପୂରା ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଚଞ୍ଚକତା କରି କେମିତି ବୈଜୟନ୍ତୁଙ୍କୁ ଫସାଇବାକୁ କରାଯାଇଲା କାରସାଦି, ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର ସିଲ୍ ନେଇ ପଦାରେ ପଡିଲା ସରକାରଙ୍କ ଷଡ଼ଯନ୍ତ୍ର । ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ମାମଲାରେ ବୈଜୟନ୍ତଙ୍କୁ ଡିଜିସିଏ ଶହେ ପ୍ରତିଶତ କ୍ଲିନ୍‌ଚିଟ୍ ଦେଇଛନ୍ତି। ହେଲିକପ୍ଟର ଉଡାଣରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା DGCA।

ଗତମାସ ୧୫ ତାରିଖରେ ଇମ୍ଫାର ରବିନସନ୍ ଆର-୪୪ ହେଲିକପ୍ଟର ଭୁବନେଶ୍ୱର ଏୟାରପୋର୍ଟରୁ ଉଡାଣ ଆରମ୍ଭ କରି ରାଜହଂସ, ପୁରୀ ଓ କୋଣାର୍କ ଉପରେ ନନ୍‌ଷ୍ଟପ ଉଡିବା ପରେ ଗରଦପୁରରେ ଓହ୍ଲାଇଥିଲା।  ହେଲିକପ୍‌ଟର ଉଡାଣ ସମୟକୁ ନେଇ ମଧ୍ୟ କୌଣସି ବ୍ୟତିକ୍ରମ ନଥିବା ଦର୍ଶାଇଛନ୍ତି ଡିଜିସିଏ।

ସେହିପରି ହେଲିକପ୍‌ଟର ବିପଦଜନକ ଭାବେ ନିର୍ଦ୍ଧାରିତ ଉଚ୍ଚତାଠାରୁ କମ୍ ଉଚ୍ଚତାରେ ଉଡିବା ଏବଂ ଚିଲିକା ହ୍ରଦରେ ଅବତରଣ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି ଡିଜିସିଏ କହିଛନ୍ତି। ତେଣୁ ଡିଜିସିଏଙ୍କ ନିୟମରେ କୌଣସି ଉଲ୍ଲଙ୍ଘନ ହୋଇ ନ ଥିବା ରିପୋର୍ଟରେ କୁହାଯାଇଛି । ରାଜ୍ୟ ସରକାର ପ୍ରତିହିଂସା ପରାୟଣ ହୋଇ ବୈଜୟନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିବା ଏହି ରିପୋର୍ଟ ପ୍ରମାଣିତ କରିଛି ।

ଥରେ ନଜର ପକାନ୍ତୁ କିଭଳି ଚଞ୍ଚକତା କରି ବୈଜୟନ୍ତୁଙ୍କୁ ଫସାଇବାକୁ ରଚାଯାଇଥିଲା ଷଡ଼ଯନ୍ତ୍ର । ଗତ ସେପ୍ଟେମ୍ବର ୧୫ ତାରିଖରେ ଚିଲିକାରେ ଏକ ସି-ପ୍ଲେନ୍ ଉଡ଼ିଥିବା ଗଣମାଧ୍ୟମରେ ପ୍ରଥମ ଖବର ପ୍ରକାଶ ପାଇଥିଲା।ତେବେ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍‌ଟର ନିର୍ଦ୍ଧାରିତ ଉଚ୍ଚତାଠାରୁ କମ୍ ଉଚ୍ଚରେ ଉଡିବା ଓ ଏହା ଯୋଗୁଁ ଜୈବ ବିବିଧତା ନଷ୍ଟ ହୋଇଥିବା ଅଭିଯୋଗ ‌ଆଣି ତା’ପରଦିନ ଅର୍ଥାତ ସେପ୍ଟେମ୍ବର୧୭ରେ ପୁରୀ ଅରଖକୁଦ ମେରାଇନ ଥାନାରେ ଏତଲା ଦେଇଥିଲେ ଚିଲିକା ଉନ୍ନୟକ କର୍ତ୍ତୃପପକ୍ଷ( ସିଡିଏ) ।ଏହି ଏତଲା ଆଧାରରେ ସେହି ଦିନ ସଂଧ୍ୟାରେ ପୁରୀ ପୁଲିସ  ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ବୈଜୟନ୍ତଙ୍କ ହ୍ୟାଙ୍ଗର ସହ ତାଙ୍କର ୩ଟି ଯାକ ହେଲିକରକୁ ସିଲ୍ କରିଥିଲା।

ତେବେ ଅରଖକୁଦ ଥାନାରେ ଦାଏର FIRରେ ପ୍ରଥମେ ସି-ପ୍ଲେନ୍ ଓ ପରେ ହେଲିକପ୍ଟର ଉଲ୍ଲେଖ କରାଯାଇଥିବା ନେଇ ପ୍ରଶ୍ନ ଉଠାଇଥିଲେ ବୈଜୟନ୍ତ।ଏପରିକି ଏତଲାରେ ଯେଉଁ ସମୟରେ ତାଙ୍କ ହେଲିକପ୍ଟର ଉ଼ଡ଼ିଥିବା କଥା ଉଲ୍ଲେଖ ଥିଲା, ସେ ସମୟରେ ତାଙ୍କ ହେଲିକପ୍‌ଟର ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିସାରିଥିବା ବୈଜୟନ୍ତ କହିଥିଲେ।

ପୂରା ଘଟଣାରେ ରାଜନୈତିକ ଅଭିସଦ୍ଧି ଜଳଜଳ ହୋଇ ଦିଶୁଥିବା ବେଳେ ଏବେ ନଜର କେବେ ହ୍ୟାଙ୍ଗର ଖୋଲୁଛି ପୁରୀ ପୁଲିସ। । କାରଣ ଡିଜିସିଏ ଗତକାଲିଠାରୁ ରିପୋର୍ଟ ଦେଇସାରିଛନ୍ତି । କ୍ଷମତା ନ ଥାଇ ମଧ୍ୟ ହ୍ୟାଙ୍ଗର ସିଲ୍ କଲାବେଳେ ପୋଲିସ ଯେଭଳି ତତ୍ପରତା ଦେଖାଇଥିଲା ରିପୋର୍ଟ ମିଳିବା ପରେ ହ୍ୟାଙ୍ଗର ଖୋଲିବାକୁ ସେଭଳି ତତ୍ପରତା ଦେଖାଇବ ନା ତୃତୀୟ ମହଲାର ନିର୍ଦ୍ଦେଶକୁ ଅପେକ୍ଷା କରିବ ଏବେ ତା’ଉପରେ ନଜର।



from Odisha Reporter https://ift.tt/2PnwFS0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages