ଚାଷୀଙ୍କୁ ଚଡ଼କ ପଡ଼ିଛି,ମୁଖ୍ୟମନ୍ତ୍ରୀ ଖେଳରେ ମାତିଛନ୍ତି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଚାଷୀଙ୍କୁ ଚଡ଼କ ପଡ଼ିଛି,ମୁଖ୍ୟମନ୍ତ୍ରୀ ଖେଳରେ ମାତିଛନ୍ତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଫସଲ ନଷ୍ଟ ଓ ଋଣଭାରରେ ୨ଦିନରେ ୪ଜଣ ଚାଷୀ ଆତ୍ମହତ୍ୟା କଲେଣି। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଚାଷୀବିରୋଧୀ ସରକାର ଏବେବି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଚାଷୀଙ୍କୁ ଚଡ଼କ ପଡ଼ିଥିବାବେଳେ ମୁଖ୍ୟମନ୍ତ୍ରୀ ଖେଳ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମନ ବଳାଉଛନ୍ତି। ଏହାଠୁ ବଳି ଦୁର୍ଭାଗ୍ୟର କଥା କ’ଣ ଅଛି ବୋଲି ରାଜ୍ୟ ବିଜେପି ପ୍ରଶ୍ନ କରିଛି। ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ତୁରନ୍ତ କିଛି ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ଦଳର ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ବୃଷ୍ଟି ଓ ଜଳସେଚନର ଅଭାବ ଯୋଗୁ ଚାଷ ଜମି ଫାଟି ଆଁ ହେଲାଣି। ହଜାର ହଜାର ହେକ୍ଟର ଜମିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ପ୍ରତିଦିନ ଚାଷୀ ଆତ୍ମହତ୍ୟାର ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହେଉଛି କିନ୍ତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେଇ ଚୁପ୍ ହୋଇ ବସି ରହିଛନ୍ତି।

୧୮ବର୍ଷ ଶାସନ ପରେ ମଧ୍ୟ ବିଲମୁଣ୍ଡକୁ ପାଣି ଟୋପେ ପହଂଚି ପାରିଲା ନାହିଁ। ବିଜେପୁର ନିର୍ବାଚନ ପୂର୍ବରୁ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଓ ଗଙ୍ଗାଧର ମେହେର ଲିଫ୍ଟ କେନାଲ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ଏ ସରକାର କେବଳ ଘୋଷଣାସର୍ବସ୍ୱ ସରକାର ବୋଲି ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ତୁରନ୍ତ ମରୁଡ଼ି ଘୋଷଣା କରି ପ୍ରଭାବିତ ବ୍ଲକରେ ଚାଷୀଙ୍କୁ ସଠିକ କ୍ଷତିପୂରଣ ଦେବା ସହ କୃଷି ଋଣ ଛାଡ଼ କରିବାକୁ ବିଜେପି ଦାବି କରୁଛି। ନହେଲେ ଆଗାମୀ ଦିନରେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି।



from Odisha Reporter https://ift.tt/2OSNioU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages