ବୁଧ ଗ୍ରହର ରହସ୍ୟ ଜଣାଇବ ବ୍ରିଟେନ୍‌ ଅନ୍ତରୀକ୍ଷ ଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ବୁଧ ଗ୍ରହର ରହସ୍ୟ ଜଣାଇବ ବ୍ରିଟେନ୍‌ ଅନ୍ତରୀକ୍ଷ ଯାନ

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ନିର୍ମିତ ଏକ ଅନ୍ତରୀକ୍ଷ ଯାନ ଏହି ସପ୍ତାହରେ ବୁଧ ଗ୍ରହକୁ  ଯାତ୍ରା କରିବା ପାଇଁ ବାହାରିବ। ଏହା ବ୍ରିଟେନ୍‌ ପକ୍ଷରୁ ଏଭଳି ପ୍ରଥମ ଅଭିଯାନ ଯେଉଁଥିରୁ ଜଣାପଡ଼ିବ ଯେ, ସୂର୍ଯ୍ୟଙ୍କର ନିକଟତମ ଗ୍ରହ ବୁଧରେ ଜଳ ଅଛି ନା ନାହିଁ।
ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସିର ବେପିକଲୋମ୍ୱୋ ଅଭିଯାନ ଅନ୍ତର୍ଗତ ଦୁଇଟି କୁତ୍ରିମ ଉପଗ୍ରହ ମହାକାଶକୁ ପଠାଇବାର ଯୋଜନା ମଧ୍ୟ ରହିଛି। ଯାହାଦ୍ୱାରା ବୁଧ ଗ୍ରହ ସହିତ ଜଡ଼ିତ ଥିବା ଅନେକ ସୂଚନା ମିଳିବା ସହଜ ହେବ।

‘ଦ ଟେଲିଗ୍ରାଫ୍‌’ର ଖବର ଅନୁସାରେ, ବେପିକଲୋମ୍ୱୋ ଅଭିଯାନରେ ବୁଧ ଗ୍ରହରେ ପାଣି ଅଛି କି ନାହିଁ, ଏହାର ସନ୍ଧାନ ମିଳିବ।

ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟରେ ରହିଥିଲେ ମଧ୍ୟ ନମନୀୟ ହୋଇ ରହିଛି ଏହାର ଅର୍ଥ ଗ୍ରହର କିଛି କ୍ଷେତ୍ର ଛାୟାରେ ରହିଛି। ଯାହା ଯୋଗୁ ଗ୍ରହର ତାପମାତ୍ରା ମାଇନସ୍‌ ୧୮୦ ଡିଗ୍ରୀ ତଳକୁ ରହିବାର ସମ୍ଭାବନା ରହିଛି ଏବଂ ଏହା ଯୋଗୁ ଗ୍ରହର ଉପରିଭାଗରେ ବରଫରେ ଜମା ହୋଇ ମଧ୍ୟ ରହି ଥାଇପାରେ।

ଅନୁସନ୍ଧାନରେ ଯାଉଥିବା ଯାନ ବୁଧ ଗ୍ରହର ଚୁମ୍ୱକୀୟ ଶକ୍ତି ବିଷୟରେ ମଧ୍ୟ ସୂଚନା ସଂଗ୍ରହ କରିବ।



from Odisha Reporter https://ift.tt/2yLeLOu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages