‘ଶନି ଦୋଷ’ ଦୂର କରେ ମା’ ଦୁର୍ଗାଙ୍କ ‘କାଳରାତ୍ରୀ’ ରୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

‘ଶନି ଦୋଷ’ ଦୂର କରେ ମା’ ଦୁର୍ଗାଙ୍କ ‘କାଳରାତ୍ରୀ’ ରୂପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବରାତ୍ରୀର ସପ୍ତମୀ ତିଥିରେ ମା’ ଦୁର୍ଗା କାଳରାତ୍ରୀ ରୂପ ଧାରଣ କରନ୍ତି। ବିଶ୍ୱାସ ରହିଛି, ଏହି ତିଥିରେ ବିଶ୍ୱର ସମସ୍ତ ଶକ୍ତି ମା’ଙ୍କ ପାଖରେ ଠୁଳ ହୋଇଥାଏ।

ବିଧି ଅନୁସାରେ ମା’ଙ୍କୁ ଏହି ‘କାଳରାତ୍ରୀ’ ବେଶରେ ପୂଜା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ। ମା’ ‘କାଳରାତ୍ରୀ’ଙ୍କ ତିନୋଟି ଆଖି ରହିଥାଏ ଓ ଏହି ବେଶରେ ମା’ଙ୍କ ରୂପ ଅତ୍ୟନ୍ତ ଭୟଙ୍କର ହୋଇଥାଏ।
ପୌରାଣିକ ତଥ୍ୟ ଅନୁସାରେ, ଚଣ୍ଡ, ମୁଣ୍ଡ ଏବଂ ରକ୍ତବୀଜ ନାମଧାରୀ ତିନି ରାକ୍ଷସ ମର୍ତ୍ତ୍ୟରେ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲେ। ମର୍ତ୍ତ୍ୟବାସୀଙ୍କୁ ଏହି ଅତ୍ୟାଚାରରୁ ମୁକ୍ତି ଦେବା ପାଇଁ ମା’
ଦୁର୍ଗା ଚଣ୍ଡ ଓ ମୁଣ୍ଡଙ୍କୁ ଅନାୟସରେ ସଂହାର କରିଥିଲେ । ତେବେ ରକ୍ତବୀଜକୁ ମା’ ସଂହାର କରିବା ମାତ୍ରେ ଏହାର ରକ୍ତ ଭୂମିରେ ପଡ଼ି ସେଥିରୁ ସହସ୍ର ରକ୍ତବୀଜ ରାକ୍ଷସ ଉତ୍ପନ୍ନ ହୋଇଥିଲେ।
ଏଣୁ ରକ୍ତବୀଜର ଏହି ଅଲୌକିକ ଶକ୍ତିକୁ ନିପାତ କରିବା ପାଇଁ ମା’ ଦୁର୍ଗା ‘କାଳରାତ୍ରୀ’ ରୂପ ଧାରଣ କରିଥିଲେ। ‘କାଳରାତ୍ରୀ’ ହେଉଛନ୍ତି କାଳର ଦେବୀ, ଯିଏ ଭୂମିରେ ପଡ଼ୁଥିବା ରକ୍ତବୀଜର ରକ୍ତକୁ ପାନ କରି ସେଥିରୁ ସୃଷ୍ଟି ହେଉଥିବା ସହସ୍ର ରକ୍ତବୀଜଙ୍କୁ ସମୂହ ସଂହାର କରିବାରେ ସଫଳ ହୋଇଥିଲେ।
ମା’ କାଳୀ କାଳର ଦେବୀ ଥିଲେ ଏବଂ ଶନି ଦେବଙ୍କୁ ମଧ୍ୟ କାଳ ପୁରୁଷ ବୋଲି କୁହାଯାଏ। ଯଦି କୁଣ୍ଡଳୀରେ ଶନି ଗ୍ରହଙ୍କ ଦଶା ଜନିତ କୌଣସି ଦୋଷ ଥାଏ, ତେବେ ‘କାଳରାତ୍ରୀ’ଙ୍କୁ ବିଧିବଦ୍ଧ ପୂଜା କଲେ, ଏହା ଦୂର ହୋଇଥାଏ।

ଏହି ପୂଜା ମୃତ୍ୟୁର ଭୟ ଦୂର କରେ:
ଯେଉଁ ଲୋକଙ୍କ କୁଣ୍ଡଳୀରେ ମୃତ୍ୟୁର ଭୟ ରହିଥାଏ, ସେ ନିଜର କିମ୍ୱା ନିଜ ସମ୍ପର୍କୀୟଙ୍କ ଲମ୍ୱା ଜୀବନ କାମନା କରି ମା’ଙ୍କର ପୂଜା କରନ୍ତୁ।
ମା’ ‘କାଳରାତ୍ରୀ’ଙ୍କ ପୂଜା ପାଇଁ ଲାଲ୍ ସିନ୍ଦୂର ଏବଂ ୧୧ଟି କଉଡ଼ି ନେଇ ପ୍ରଥମ ପ୍ରହରରେ ପୂଜା କରନ୍ତୁ। ମା’ଙ୍କୁ ଧୂପ, ଦୀପ ଓ ପୁଷ୍ପ ଅର୍ପଣ କରି ଗୁଡ଼ ଭୋଗ କରନ୍ତୁ। ଏପରି କରିବା ଦ୍ୱାରା ମୃତ୍ୟୁର ଭୟ ଦୂର ହୋଇଥାଏ।



from Odisha Reporter https://ift.tt/2OuiJFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages