ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ

Sundari-1

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲାର ସାତକୋଶିଆରେ ଗତକାଲି ବାଘୁଣୀ ‘ସୁନ୍ଦରୀ’ ଜଣଙ୍କୁ ମାରିବା ପରେ ପ୍ରଶାସନର ନିଦ ହଜି ଯାଇଛି। ସୁନ୍ଦରୀ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି। ସୁନ୍ଦରୀ କାଲି ମଣିଷ ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ରାସ୍ତା ଅବରୋଧ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ପଥର ମାଡ଼ କରିଛନ୍ତି। ଦିନକୁ ଦିନ ସୁନ୍ଦରୀର ଉତ୍ପାତ ବଢ଼ି ଚାଲିଥିବାରୁ ତାକୁ କାବୁ କରିବାକୁ ଶେଷରେ ପ୍ରଶାସନ ନିଷ୍ପତ୍ତି ନେଇଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଏନକ୍ଲୋଜର୍ ଭିତରକୁ ନେବା ପାଇଁ ପ୍ରକ୍ରିୟା ‌ଆରମ୍ଭ କରିବ ବନ ବିଭାଗ। ଏଥିପାଇଁ ଗତକାଲି ରାତିରେ ଅନୁଗୋଳରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି।

ଏହି ଟିମରେ ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର ଏବଂ ଗନ୍ ଆସିଷ୍ଟାଣ୍ଟ୍ ଅଛନ୍ତି।

ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି।

ପାଖାପାଖି ଦେଢମାସ ପରେ ସୁନ୍ଦରୀ ଟାଇଁସିରେ ଆଉ ଜଣଙ୍କ ଜୀବନ ନେବା ପରେ ଗତକାଲି ସଂଧ୍ୟାରେ ପୁଣି ଲଙ୍କାକାଣ୍ଡ ଭିଆଇଥିଲେ ଉତ୍ତ୍ୟକ୍ତ ଲୋକେ।

କାଞ୍ଜରା ମୁଣ୍ଡାସାହି ନିକଟରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ିକୁ ଜାଳି ଦେଇଥିଲେ।

ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ଉପଜିଲ୍ଲାପାଳ, ତହସିଲଦାର ଏବଂ ଅନୁଗୋଳ ଆଇଆଇସି ଆହତ ହୋଇଥିଲେ।

ବାଘୁଣୀକୁ ତୁରନ୍ତ ସ୍ଥାନାନ୍ତର ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥରେ ଶବ ରଖି ଅବରୋଧ କରିଥିଲେ ଲୋକେ।



from Odisha Reporter https://ift.tt/2R4iJcI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages