ଏମିତି ଏକ ମନ୍ଦିର ଯେଉଁଠି ପୂଜା ପାଆନ୍ତି ମୂଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଏମିତି ଏକ ମନ୍ଦିର ଯେଉଁଠି ପୂଜା ପାଆନ୍ତି ମୂଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଶାସ୍ତ୍ରରେ ମଧ୍ୟ ମୂଷାକୁ ଭଗବାନ ଗଣେଶଙ୍କ ବାହନ ବୋଲି ବିଶ୍ୱାସ କରାଯାଇଥାଏ। କିନ୍ତୁ ଘରେ ମୂଷା ଦେଖିଲେ ଆମେ ଚିନ୍ତାରେ ପଡିଯାଉ । ପୋଷାକ ଓ ଦ୍ରବ୍ୟକୁ ନଷ୍ଟ କରୁଥିବା ଯୋଗୁ ଆମେ ଏମାନଙ୍କୁ ଘରେ ରହିବାକୁ ଦେଇ ନ ଥାଉ।  ଜନ୍ତା ବିସାଇ କିମ୍ୱା ବିଷ ଦେଇ ମାରିବାକୁ ଚେଷ୍ଟା କରିଥାଉ।

କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ମୂଷାଙ୍କୁ ନ ମାରି ସୁରକ୍ଷିତ ଭାବେ ପୂଜା କରାଯାଇଥାଏ। ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜସ୍ଥାନର ଏହି ମନ୍ଦିରରେ ଗୋଟିଏ କି ୨ଟି ନୁହେଁ ପ୍ରାୟ ୨୦ ହଜାର ମୂଷାଙ୍କୁ ପୂଜା କରାଯାଉଛି। ଆସନ୍ତୁ ଜାଣିବା ସେହି ମନ୍ଦିର ସମ୍ପର୍କରେ।

ରାଜସ୍ଥାନରେ ରହିଛି କରଣି ମାତାଙ୍କ ମନ୍ଦିର। ଯେଉଁଠାରେ ପାଖାପାଖି ୨୦ ହଜାର ମୂଷାଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇ ପୂଜା କରାଯାଇଥାଏ। ହେଲେ ଏହି ମୂଷାଗୁଡିକ କେବେବି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କିଛି ବି କ୍ଷତି ପହଞ୍ଚାଇ ନ ଥାନ୍ତି।

ଲୋକକଥା ଅନୁସାରେ, କର୍ଣ୍ଣି ମାତାଙ୍କ ମନ୍ଦିରରେ ମୂଷାଙ୍କୁ ପୂଜା କରିବା ପାଇଁ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ଏ ସମସ୍ତ ମୂଷା ଅତୀତରେ ଶିଶୁ ଭାବେ ଜନ୍ମ ହୋଇଥିଲେ। ଏଣୁ ସେମାନଙ୍କୁ ପୂଜା କରାଯାଉଛି। ଦ୍ୱତୀୟ ଲୋକକଥା ଅନୁସାରେ ଏହି ୨୦,୦୦୦ ମୂଷା ପୂର୍ବ ଜନ୍ମରେ ସୈନିକ ଭାବେ ଦେଶର ସୁରକ୍ଷା କରୁଥିଲେ। ଏଣୁ ଏମାନଙ୍କୁ ଏକ ଉଚ୍ଚ ସ୍ଥାନରେ ରଖାଯାଇ ପୂଜା କରାଯାଉଛି।

ମନ୍ଦିରରେ ଥିବା ହଜାର ହଜାର ମୂଷାଙ୍କ ମଧ୍ୟରେ କିଛି ଧଳା ମୂଷା ରହିଥାନ୍ତି, ଯେଉଁମାନଙ୍କୁ ପବିତ୍ର ବୋଲି କୁହାଯାଇଥାଏ। ଲୋକକଥା ମୁତାବକ ଏମାନେ କାଳେ କରଣୀ ମାତାଙ୍କ ଚାରି ପୁଅଙ୍କର ବଂଶଧର।

ଶ୍ରଦ୍ଧାଳୁମାନେ ଏହି ମୂଷାଙ୍କ ଆଶୀର୍ବାଦ ପାଇବା ପାଇଁ ଚେଷ୍ଟା କରିଥାନ୍ତି। ଏଥିପାଇଁ ବାହାରୁ ଆସୁଥିବା ପର୍ଯ୍ୟଟକ ଏହି ମୂଷାଙ୍କୁ ମିଠାଜାତୀୟ ଖାଦ୍ୟ ଦେଇ ପ୍ରଣାମ କରିଥାନ୍ତି। ଏଠାକୁ ଆସୁଥିବା ଆଗନ୍ତୁକ ଏହି ମୂଷାଙ୍କୁ ଦେଖି ଭୟ କରି ନ ଥାନ୍ତି। ଏହା ପରିବର୍ତ୍ତେ ତାଙ୍କୁ କ୍ଷୀର ପିଇବାକୁ ଦେଇଥାନ୍ତି। ମୂଷାମାନେ ମଧ୍ୟ ନିର୍ଭୟରେ ଆଗନ୍ତୁକ ପାଥରେ ଯିବାଆସିବା କରିଥାନ୍ତି।



from Odisha Reporter https://ift.tt/2JpAgcG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages