ଚିକିତ୍ସା କଲେନି, ମରିଗଲା ୭ ମାସର ଶିଶୁପୁତ୍ର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଚିକିତ୍ସା କଲେନି, ମରିଗଲା ୭ ମାସର ଶିଶୁପୁତ୍ର!

tyyuuu9000

କେନ୍ଦୁଝର (ପ୍ରଣୟ ପାଣି): ଗୁରୁତର ହୋଇପଡ଼ିଥିଲା ୭ ମାସର ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା। ଏଥିପାଇଁ କାଳବିଳମ୍ବ ନକରି ରାତାରାତି ତାକୁ ଛୋଟ ଡାକ୍ତରଖାନାରୁ ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ ବାପା। ହେଲେ ସେ ବଞ୍ଚିପାରିଲେନି। ସକାଳେ ଉଡ଼ିଗଲା ତା’ ପ୍ରାଣବାୟୁ।

ଡାକ୍ତରମାନେ ଯଦି ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଛୁଆଟିକୁ ବଞ୍ଚାଇବାରେ ବିଫଳ ହୋଇଥାଆନ୍ତେ, ତା’ହେଲେ ବାପା କିଛି ଅଭିଯୋଗ କରି ନ ଥାଆନ୍ତେ। ଦଇବର ଇଚ୍ଛା କହି ଚୁପ୍ ରହି ଥାଆନ୍ତେ ଓ ପୁଅର ମୃତଦେହ ନେଇ ଗାଁକୁ ଚାଲି ଯାଇଥାଆନ୍ତେ। କିନ୍ତୁ ଏଠି ସେମିତି ହୋଇ ନଥିଲା। ଡାକ୍ତର ଛୁଆଟିକୁ ଚିକିତ୍ସା କରି ନଥିଲେ। ତେଣୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ବାପା ଅଭିଯୋଗ କରିଛନ୍ତି।

ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସେକ୍ ନଇଁମ୍‌ଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏଥିରେ ଆଦୌ ଉନ୍ନତି ନଘଟିବାରୁ ସେ ପୁଅକୁ ଚମ୍ପୁଆ ଡାକ୍ତରଖାନାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ରାତି ଦୁଇଟାରେ ଆସି ସେ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ।

ଛୁଆଟିକୁ ୱାର୍ଡରେ ଭର୍ତ୍ତି କରି ଦିଆଗଲା। କିନ୍ତୁ ଚିକିତ୍ସା କରାଗଲା ନାହିଁ। ଭୋର୍ ୫ଟା ବେଳକୁ ଛୁଆଟିର ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତଥାପି କୌଣସି ଡାକ୍ତର ତାକୁ ଦେଖିବାକୁ ଆସି ନଥିଲେ। ଆଉ ସକାଳେ ଶିଶୁଟି ଚାଲିଗଲା।

ତେବେ ସେକ୍ ନଇଁମ୍‌ଙ୍କ ଏ ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଚିକିତ୍ସାରେ ଅବହେଳା ହୋଇ ନଥିବା କର୍ତ୍ତୃପକ୍ଷ କହିଛନ୍ତି।

ଏହି ଘଟଣା ନେଇ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଅଡ଼ି ବସିଥିଲେ। ତେବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ନଇଁମଙ୍କ ପରିବାରକୁ ଡାକ୍ତରଖାନାରୁ ବିଦା କରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2Jqp7sj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages