ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ବିଶ୍ବର ୧୮୯ ଟି ଦେଶ ମଧ୍ୟରେ ଆର୍ଥିକ ସହଯୋଗ, ବାଣିଜ୍ୟିକ ସମ୍ପ୍ରସାରଣ, ନିଯୁକ୍ତି ସୃଷ୍ଟି, ଦାରିଦ୍ର୍ୟ ଦୂରୀକରଣ ତଥା ନିରନ୍ତର ବିକାଶ ପାଇଁ ପ୍ରତିଷ୍ଠା ହୋଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ)। ଏଭଳି ଏକ ବିଶ୍ବସ୍ତରୀୟ ଆର୍ଥିକ ସଂଗଠନର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ଭାରତୀୟ ମହିଳା ଗୀତା ଗୋପିନାଥ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ପରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ, ଯେ କି ଏହି ସମ୍ମାନଜନକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୦୧ ମସିହାରେ ଅର୍ଥନୀତିରେ ପିଏଚଡି ହାସଲ କରିଥିବା ଗୀତା ହେଉଛନ୍ତି ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଛାତ୍ରୀ। ସ୍ନାତକ ଶିକ୍ଷା ପରେ ସେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଏବଂ ୟୁନିଭରସିଟି ଅଫ୍ ୱାଶିଂଟନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ସେ ସିକାଗୋ ବିଶ୍ବ ବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଦାୟିତ୍ବ ଗ୍ରହଣ କରିବା ସହିତ ୨୦୦୫ରେ ହାର୍ବାର୍ଡ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ। ୨୦୧୦ରେ ସେଠାରେ ପ୍ରଫେସର ପଦକୁ ଉନ୍ନୀତ ହୋଇଥିବା ଗୀତା ଅନ୍ତର୍ଜାତୀୟ ଅର୍ଥବ୍ୟବସ୍ଥା, ମାକ୍ରୋ ଇକୋନୋମିକ୍ସ ଭଳି ବିଷୟରେ ଗବେଷଣା କରିଛନ୍ତି।

୨୦୧୪ରେ ଆଇଏମ୍ଏଫ୍ ଗୀତାଙ୍କୁ ୨୫ ଜଣ ଶ୍ରେଷ୍ଠ ଅର୍ଥନୀତିଜ୍ଞଙ୍କ ତାଲିକାରେ ସ୍ଥାନିତ କରିଥିଲା।

ଗୀତା ଫେଡେରାଲ ରିଜର୍ଭ ବ୍ୟାଙ୍କ ଅଫ୍ ନ୍ୟୁୟର୍କର ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟା, କେରଳ ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ଏବଂ ଆମେରିକାନ୍ ଇକୋନୋମିକ୍ ରିଭ୍ୟୁର ସହ-ସମ୍ପାଦିକା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ମାନଜନକ ପଦରେ କାର୍ଯ୍ୟ କରିଛନ୍ତି।



from Odisha Reporter https://ift.tt/2IwGabu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages