ରିଲିଜ୍‌ ହେଲା ମଣିକର୍ଣ୍ଣିକାର ଟିଜର, ଦେଖନ୍ତୁ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ରିଲିଜ୍‌ ହେଲା ମଣିକର୍ଣ୍ଣିକାର ଟିଜର, ଦେଖନ୍ତୁ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ

ମୁମ୍ବାଇ: କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା- ଦ କୁଇନ୍‌ ଅଫ୍‌ ଝାନ୍ସି’ର ଟିଜର ଲିଲିଜ୍‌ ହୋଇଯାଇଛି।  ଏହାକୁ ଗାନ୍ଧି ଜୟନ୍ତୀ ଭଳି ଖାସ୍‌ ଦିନରେ ରିଲିଜ୍‌ କରାଯାଇଛି। ଏହା ଜାନୁଆରୀ ୨୫ରେ ରିଲିଜ୍‌ ହେବ।

ଟିଜରରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଦୁଇ ମିନିଟ୍‌ର ଏହି ଟିଜରରେ ଆରମ୍ଭରୁ ଶୁଣିବାକୁ ମିଳୁଛି ଅମିତାଭ୍‌ ବଚ୍ଚନଙ୍କ ସ୍ୱର।

ସେ କହିଛନ୍ତି, ‘‘ଭାରତ ବର୍ଷ, ଏକ ମହାନ୍‌ ସଭ୍ୟତା, ଯେଉଁଠି ମାଟି ବି ସୁନା ଥିଲା।  ହୃଦୟର ଦ୍ୱାର ସବୁ ଅତିଥିଙ୍କ ପାଇଁ ଖୋଲାଥିଲା। ଗୋଟିଏ ଦିନ ଏହି ଦ୍ୱାର ଦେଇ ପସି ଆସିଲେ ସଇତାନ୍‌ ପ୍ରବୃତ୍ତିର କିଛି କ୍ରୁର । ସେ ସମୟରେ ଏହି ମାଟିର ଗର୍ଭରୁ ଜନ୍ମି ଛିଡ଼ା ହୋଇଥିଲା ମଣିକର୍ଣ୍ଣିକା।”

ଟିଜରରେ କଙ୍ଗନାଙ୍କ ଆକ୍ସନଠୁ ନେଇ ଘୋଡ଼ାରେ ବସି ଯୁଦ୍ଧ କରିବା ସବୁକିଛି ଦେଖିବାକୁ ମିଳିବ।

ସୂଚନଯୋଗ୍ୟ ଯେ, କଙ୍ଗନା ଏହି ଚରିତ୍ରକୁ ବାସ୍ତବର ରଙ୍ଗ ଦେବା ପାଇଁ କଡ଼ା ପରିଶ୍ରମ କରିଛନ୍ତି। ଟିଜର ପୂର୍ବରୁ କଙ୍ଗନାଙ୍କ ଅନେକ ଲୁକ୍‌ ଜାରି କରାଯାଇଛି।

ମଣିକର୍ଣ୍ଣିକାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ବିଜେତା କୃଷ ଜଗାରଲା ମୁଣ୍ଡି।



from Odisha Reporter https://ift.tt/2Iz6UYM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages