
ଅନେକ ଉପକାରୀ ଗୁଣର ସମାହାର ହେଉଛି ଗୋଲମରିଚ। ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ ହେଉଛି ଏହି ଗୋଲମରିଚ। ଆୟୁର୍ବେଦିକ ଗୁଣର ଭରପୂର ଥିବା ଏହି ଗୋଲମରିଚ ଆମକୁ ଅନେକ ରୋଗରୁ ମୁକ୍ତି ଦେଇ ଥାଏ। ତେବେ ଆସନ୍ତୁ ଜାଣିବା ଏହି ଗୋଲ ମରିଚକୁ କେମିତି ବ୍ୟବହାର କଲେ ଆମକୁ କେଉଁ ସବୁ ଫାଇଦା ମିଳେ ।
ଯଦି ଆପଣଙ୍କୁ ମ୍ୟାଲେରିଆ ହୋଇଛି ତେବେ ୭ଟି ଗଙ୍ଗ ଶିଉଳି ପତ୍ର, ୭ଟି ଗୋଲ ମରିଚ ସହ ବାଟି ଖାଲି ପେଟରେ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ। ଦେଖିବେ ୭ ଦିନ ମଧ୍ୟରେ ଜ୍ୱର ଭଲ ହୋଇଯିବ। ଯଦି ଆପଣ ମେଦହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟହ ଏହି ଗୋଲମରିଚ ମିଶା ପାଣି କିମ୍ବା ଚା’ ସେବନ କରନ୍ତୁ। ଗୋଲମରିଚ ଖାଇଲେ ଶରୀରକୁ ପ୍ରଚୁର ପରିମାଣରେ ପୋଷକତତ୍ୱ ମିଳେ।
୩-୪ଟି ଗୋଲ ମରିଚକୁ ଚୁନା କରି ଏଥିରେ କିଛି ହେଙ୍ଗୁ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏହା ଶରୀରରେ ନମନୀୟତା ବୃଦ୍ଧି କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ଏଥିରେ ଥିବା ପୋଟାସିୟମ ରକ୍ତଚାପକୁ ନିୟନ୍ତ୍ରଣକୁ ଆଣିଥାଏ ।
from Odisha Reporter https://ift.tt/2NIUHBV
No comments:
Post a Comment