‘ମୁଁ ମୁହଁ ଖୋଲିଲେ କଂଗ୍ରେସର ଭୋଟ୍‌ କମିବ’, କାହିଁକି ଏମିତି କହିଲେ ଦିଗବିଜୟ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

‘ମୁଁ ମୁହଁ ଖୋଲିଲେ କଂଗ୍ରେସର ଭୋଟ୍‌ କମିବ’, କାହିଁକି ଏମିତି କହିଲେ ଦିଗବିଜୟ ସିଂହ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ବିଜେପିକୁ କ୍ଷମତାରୁ ହଟାଇବାକୁ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରିଛି। ହେଲେ ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟରେ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ସାମିଲ ହୋଇନାହାନ୍ତି। ତେବେ ଏସଂକ୍ରାନ୍ତରେ ଦିଗବିଜୟ ସିଂହ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୁଁ ଯଦି ନିର୍ବାଚନୀ ରାଲିରେ ମୁହଁ ଖୋଲିବି, ତାହେଲେ କଂଗ୍ରେସର ଭୋଟ୍‌ ହ୍ରାସ ପାଇବ। ତେଣୁ ମୁଁ ନିର୍ବାଚନ ପ୍ରଚାର ଅଭିଯାନରେ ଭାଗ ନେଉନାହିଁ।”

ଶ୍ରୀ ସିଂହ ଟିକେଟ୍‌ ବଣ୍ଟନ୍‌କୁ ନେଇ ଖୁସି ନାହାନ୍ତି ଏବଂ ଦଳ ମଧ୍ୟରେ ଚାଲିଥିବା ଅର୍ନ୍ତଦ୍ୱନ୍ଦ୍ୱ ହେତୁ ସେ ପ୍ରଚାର କାର୍ଯ୍ୟକୁ ଯାଉନାହାନ୍ତି ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି।

ଶ୍ରୀ ସିଂହ ଆହୁରି କହିଛନ୍ତି, “ଯଦି ଆପଣଙ୍କ ଶତ୍ରୁ ବି ଦଳୀୟ ଟିକେଟ୍‌ରେ ପ୍ରାର୍ଥୀ ହେଉଛନ୍ତି, ତା’ହେଲେ କଂଗ୍ରେସ ନେତା ହିସାବରେ ଆମେ ତାଙ୍କୁ ଜିତାଇବାକୁ ଚେଷ୍ଟା କରିବୁ। ମୋର ଗୋଟିଏ କାମ। ପ୍ରଚାର ନାହିଁ କି ଭାଷଣ ନାହିଁ। କଂଗ୍ରେସ ମୋ ଭାଷଣ ପାଇଁ ଭୋଟ୍‌ ହରାଉଛି। ତେଣୁ ଏଥିପାଇଁ ମୁଁ କୌଣସି ରାଲିକୁ ଯାଉନାହିଁ।” ଶ୍ରୀ ସିଂହ ଭୋପାଲ୍‌ରେ ଦଳୀୟ ନେତାଙ୍କ କର୍ମୀଙ୍କ ସହ ଆଲୋଚନା କାଳରେ ଏକଥା କହିଛନ୍ତି।

କିନ୍ତୁ ଦୁଇଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ରୀ ସିଂହ ଦଳୀୟ କର୍ମୀଙ୍କୁ କେମିତି କଂଗ୍ରେସ ଜିତିବ, ସେଥିଲାଗି କାମ କରିବାକୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ଯଦି ସମସ୍ତ ଆସନରେ ବିତର୍କିତ ଦଳୀୟ ନେତା କିମ୍ବା ଅନ୍ୟ ବିଦ୍ରୋହୀଙ୍କୁ ପ୍ରାର୍ଥୀ କରେ, ତଥାପି ବି ଦଳ କେମିତି ଜିତିବ, ସେକଥା ଆମକୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ।

ନିକଟରେ ବିଏସ୍‌ପି ମୁଖ୍ୟ ମାୟାବତୀ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରିଥିଲେ। ସେ କହିଥିଲେ ଦିଗବିଜୟ ସିଂହଙ୍କ ପାଇଁ ବିଏସ୍‌ପି-କଂଗ୍ରେସ ମେଣ୍ଟ ମଧ୍ୟପ୍ରଦେଶରେ ସମ୍ଭବ ହୋଇପାରୁନାହିଁ। ଏହାକୁ ନେଇ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ କୌଣସି ପ୍ରସଙ୍ଗରେ ମୁହଁ ନ ଖୋଲିବାକୁ ତାଗିଦ୍‌ କରିଥିବାରୁ ସେ ଆଜି ଏଭଳି କହିଥିବା ଶୁଣିବାକୁ ମିଳୁଛି।



from Odisha Reporter https://ift.tt/2EqlhAi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages