
ଦୁବାଇ (ଓଡ଼ିଶା ରିପୋର୍ଟର): ୨୦୧୧ ମସିହାରେ ଟି୨୦ରୁ ଆରମ୍ଭ କରିଥିଲେ ଅନ୍ତର୍ଜାତୀୟ କ୍ୟାରିଅର୍। ଦିନିକିଆରେ ସୁଯୋଗ ପାଇବା ପାଇଁ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ୨ ବର୍ଷ। କିନ୍ତୁ ଟେଷ୍ଟ ଫର୍ମାଟ୍ରେ ଅଷ୍ଟ୍ରେଲୀୟ ଟୋପି ପିନ୍ଧିବାକୁ ତାଙ୍କୁ ୭ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି।
ଆଜି ଅର୍ଥାତ ୭ ଅକ୍ଟୋବରରେ ଦୁବାଇଠାରେ ପାକିସ୍ତାନ ବିପକ୍ଷରେ ନିଜର ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିବା ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଆରୋନ୍ ଫିଞ୍ଚ। ଧଳା ବଲ୍ରେ ଗତ କିଛି ବର୍ଷ ଧରି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଫିଞ୍ଚ ବର୍ତ୍ତମାନ ରଙ୍ଗିନ୍ ବଲ୍ରେ ମଧ୍ୟ ବୋଲରଙ୍କ ଧୁଲେଇ କରିବେ।
୨୦୧୭ ପରଠାରୁ ୩୦ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ଅର୍ଥାତ ଦିନିକିଆ ଏବଂ ଟି୨୦କୁ ମିଶାଇ ସେ ୫୬.୨୬ ହାରରେ ୧୪୬୩ ରନ୍ କରିସାରିଛନ୍ତି। ଏଥିରେ ୫ଟି ଶତକ ମଧ୍ୟ ସାମିଲ ଅଛି। ୩୦୦୦ ଦିନିକଆ ରନ୍ କରିବା ପରେ ଯାଇ ଟେଷ୍ଟରେ ସ୍ଥାନ ପାଇବାରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍। କେବଳ ସୀମିତ ଓଭର କ୍ରିକେଟ୍ ପାଇଁ ପରିଚିତ ଭାରତୀୟ ଖେଳାଳି ରୋହିତ ଶର୍ମାଙ୍କ ସ୍ଥିତି ମଧ୍ୟ ଏଭଳି ଥିଲା। ସେହିଭଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍, ଚାମୁ ଚିଭାଭା, ସୁରେଶ ରୈନାଙ୍କୁ ମଧ୍ୟ ଟେଷ୍ଟ ଖେଳିବାପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା।
from Odisha Reporter https://ift.tt/2zWdBSn
No comments:
Post a Comment