ଆମେରିକୀୟ ଯୋଡ଼ିଙ୍କୁ ଅର୍ଥନୀତି ନୋବେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ଆମେରିକୀୟ ଯୋଡ଼ିଙ୍କୁ ଅର୍ଥନୀତି ନୋବେଲ

ୱାଶିଂଟନ୍‌ (ଓଡ଼ିଶା ରିପୋର୍ଟର):  ସୋମବାର ଅର୍ଥନୀତି ପାଇଁ ନୋବେଲ୍‌ ଘୋଷଣା କରାଯାଇଛି। ୨୦୧୮ ବର୍ଷ ପାଇଁ ଦୁଇ ଆମେରିକୀୟ ୱିଲିୟମ୍‌ ଡି ନର୍ଡହାଉସ ଏବଂ ପଲ୍‌ ରମର୍‌ ଏଥିପାଇଁ ମନୋନୀତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଏଥିରେ ଅଭିନବକରଣ ପାଇଁ ଅର୍ଥନୀତିକ ବିଜ୍ଞାନର ପ୍ରୟୋଗ କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି।

ନର୍ଡହାଉସ ଏବଂ ରମର୍‌ ଏଭଳି କିଛି ପ୍ରକ୍ରିୟାର ପନ୍ଥା ବାହାର କରିଛନ୍ତି, ଯାହାଦ୍ୱାରା ଦୀର୍ଘକାଳୀନ ସ୍ଥାୟୀ ଅଭିବୃଦ୍ଧି ଏବଂ ସମଗ୍ର ବିଶ୍ୱର ଜନସାଧାରଣଙ୍କର ମଙ୍ଗଳସାଧନ ହୋଇପାରିବ।

ଅର୍ଥନୀତି ପାଇଁ ନୋବେଲ ୧୯୬୯ ମସିହା ପରଠାରୁ ଦିଆଯାଉଛି। କିନ୍ତୁ ଅନ୍ୟ ସମସ୍ତ ବର୍ଗରେ ନୋବେଲ ପୁରସ୍କାର ପ୍ରଦାନ ୧୯୦୧ଠାରୁ ଆରମ୍ଭ ହୋଇଛି।



from Odisha Reporter https://ift.tt/2pFNRU3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages