
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜ ଫିଟ୍ନେସ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଯେଉଁଠି ବି ହେଉ ଏକ୍ସରସାଇଜ୍ ଉପରେ ଧ୍ୟାନ ଦିଅନ୍ତି। ସେହିପରି କୋହଲିଙ୍କ ସିକ୍ସ ପ୍ୟାକ୍ ତାଙ୍କ ଫ୍ୟାନ୍ମାନଙ୍କୁ ବେଶ ପସନ୍ଦ ଆସେ। ସେଲିବ୍ରେଟି ହିସାବରେ କୌଣସି ବଲିଉଡ୍ ତାରକାଙ୍କ ଠାରୁ କମ୍ ନୁହନ୍ତି ବିରାଟ। ସବୁବେଳେ ଆକ୍ସନ୍ମୁଡରେ ରହୁଥିବା କୋହଲିଙ୍କୁ
ୱେଷ୍ଟଇଣ୍ଡିଜ୍ ବିରୋଧରେ ଚାଲିଥିବା ମ୍ୟାଚ୍ ଉପରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଯେଉଁ ଦୃଶ୍ୟ ଉପରେ ଦର୍ଶକଙ୍କ ନଜର ହଟିନଥିଲା। ମ୍ୟାଚ୍ ସମୟରେ ମଇଦାନ୍ରେ ବିରାଟ ଜର୍ସି ଉଠାଇ ଏକ୍ସର୍ସାଇଜ୍ କରୁଥିବା ଦେଖାଯାଇଥିଲା। ଯାହାକୁ ନେଇ ଦର୍ଶକମାନେ ଖୁବ୍ ଚିଲାଇଥିଲେ। ଯେଉଁ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ଏହି ଫଟୋକୁ ଟିମ୍ ଇଣ୍ଡିଆ ଅଫିସିଆଲ ପେଜ୍ର ଇନ୍ଷ୍ଟାଗ୍ରାମ ଅପଲୋର୍ଡ଼ କରାଯାଇଛି। ଫିଟ୍ନେସ ମାମଲାରେ କୋହଲି କେବେ ଖାଦ୍ୟ ଖାଇବାରେ କୃପଣ କରନ୍ତିନି। କିନ୍ତୁ ଜଙ୍କ୍ ଫୁଡ୍ରୁ ସବୁବେଳେ ଦୂରେଇ ରୁହନ୍ତି କୋହଲି। କିନ୍ତୁ ଘର ଖାଦ୍ୟ ଖାଇବାକୁ ବେଶ ପସନ୍ଦ କରନ୍ତି କୋହଲି। କୋହଲିଙ୍କ ମତରେ ଯେତେବେଳେ ମନ ହେଉଛି ସେତେବେଳେ ଖାଇବା ଉଚିତ୍। କେବଳ ବାହାର ଖାଦ୍ୟ ନୁହେଁ ବାହାର ପାଣି ମଧ୍ୟ ପିଅନ୍ତି ନାହିଁ ବିରାଟ।
from Odisha Reporter https://ift.tt/2PmeKrm
No comments:
Post a Comment