
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନେଟ୍ୱର୍କ ୧୮ର ପୂର୍ବତନ ମୁଖ୍ୟ ତଥା ୱେବ୍ ଗଣମାଧ୍ୟମ ସଂସ୍ଥା ‘ଦି କ୍ୱିଣ୍ଟ’ର ପ୍ରତିଷ୍ଠାତା ରାଘବ ବେହଲ୍ଙ୍କ ଘରେ ଆୟକର ରେଡ୍ କରାଯାଇଛି। ନିଜର ଆୟ ବାବଦରେ ସ୍ପଷ୍ଟ ତଥ୍ୟ ନରଖିବା ଏବଂ ଏହି ଆୟ ବାବଦକୁ ଟକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ଜଣାଯାଇଛି।
‘ଦି କ୍ୱିଣ୍ଟ’ର କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ ହୋଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ କରାଯିବା ସହିତ ‘ଦି କ୍ୱିଣ୍ଟ’ର ଆକାଉଣ୍ଟସ ଅଧିକାରୀଙ୍କର ବୟାନ୍ ରେକର୍ଡ କରାଯାଉଛି। ଆଜି ରାଘବଙ୍କ ନୋଏଡ଼ାସ୍ଥିତ ଘରେ ଏଭଳି ଚଢ଼ଉ ହୋଇଥିଲା।
କିନ୍ତୁ ରାଘବ କିଛି ଅଲଗା ବିବୃତି ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ମୁମ୍ବାଇରେ ଥିବାବେଳେ ମୋ ନୋଏଡା ଘରେ କିଛି ଆୟକର ଅଧକାରୀ ‘ସର୍ଭେ’ କରିଛନ୍ତି। ମଁ ଟିକସରେ କେବେ ଅବହେଳା କରିନି ଏବଂ ସମସ୍ତ ଆର୍ଥିକ ତଥ୍ୟ ଯୋଗାଇଦେବି। ଏତଦ୍ବ୍ୟତୀତ ଏହି ଅଧିକାରୀମାନଙ୍କ ସହ କଥା ହୋଇ ଜଣାଇଛି ଯେ ସେମାନେ ଯେମିତି ମୋର ବ୍ୟକ୍ତିଗତ ଦସ୍ତାବିଜ୍, ଚିଠି କିମ୍ବା ମେଲ୍ ଆଦିର ତଥ୍ୟରେ ହାତ ନମାରନ୍ତି। ଏସବୁରେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଗଣମାଧ୍ୟମରେ ବ୍ୟବହାର୍ଯ୍ୟ ତଥ୍ୟ ରହିଛି। ସେମାନେ ସ୍ମାର୍ଟଫୋନ୍ର ଅପବ୍ୟବହାର କରି ଏସବୁର ଫଟୋ ନନେବାକୁ ଅନୁରୋଧ କରୁଛି। ମୁଁ ବର୍ତ୍ତମାନ ଦିଲ୍ଲୀ ବାହାରୁଛି।’
My note to the @IndEditorsGuild. pic.twitter.com/l1Gwmf1dDl
— Raghav Bahl (@Raghav_Bahl) October 11, 2018
from Odisha Reporter https://ift.tt/2NC85HR
No comments:
Post a Comment