ଇସ୍ତଫା ଦେବେ କି ଏମ୍‌ଜେ ଆକବର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଇସ୍ତଫା ଦେବେ କି ଏମ୍‌ଜେ ଆକବର!

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତଥା ପ୍ରଖ୍ୟାତ ସାମ୍ବାଦିକ ଏମ୍‌ଜେ ଆକବରଙ୍କ ସମସ୍ୟା ବଢ଼ିବାର ଲାଗିଛି। ସେ ବର୍ତ୍ତମାନ ବିଦେଶ ଗସ୍ତରେ ଥିଲାବେଳେ ବିଭିନ୍ନ ଅନୁଷ୍ଠାନରେ ତାଙ୍କର ସମ୍ପାଦକୀୟ ଜୀବନ କାଳର ଘଟଣା ସହିତ ଜଡ଼ିତ ବିଭିନ୍ନ ଅଭିଯୋଗ ତାଙ୍କୁ ଛନ୍ଦିବାରେ ଲାଗିଛି। ଏପରିକି ସେ ବର୍ତ୍ତମାନ ତାଙ୍କର ନାଇଜେରିଆ ଗସ୍ତ ଅଧାରେ ସାରି ସ୍ୱଦେଶ ଫେରିବାକୁ ନିର୍ଦ୍ଦେଶ ପାଇଥିବା ଜଣାଯାଇଛି। ସେ ଶୁକ୍ରବାର ବଦଳରେ ଗୁରବାର ଭାରତ ଫେରିବେ ବୋଲି ଜଣାଯାଇଛି।

ସରକାର ଏବଂ ଦଳ ଏମ୍‌ଜେଙ୍କ ବିରୋଧରେ ମାପିଚୁପି ନିଷ୍ପତ୍ତି ନେବ, କାରଣ ତାଙ୍କ ବ୍ୟକ୍ତିତ୍ୱରେ କଳଙ୍କ ଲାଗିବା ଅର୍ଥ ଦଳ ଏବଂ ସରକାର ଅଭିଯୋଗରେ ଛନ୍ଦି ହେବା ପାଇଁ ବାଟ ଫିଟିଯିବ। ବର୍ତ୍ତମାନ ଏହି ପ୍ରସଙ୍ଗ ବିଚାରାଧୀନ ଅଛି କିନ୍ତୁ ଏମ୍‌ଜେଙ୍କ ଉତ୍ତର ପାଇଁ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ମହିଳାଙ୍କ ସୁରକ୍ଷା ସହିତ ଜଡ଼ିତ ହୋଇଥିବାରୁ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ ଘେରିବାର ସୁଯୋଗ ମଧ୍ୟ ଛାଡ଼ିବେ ନାହିଁ। ତେଣୁ ବିଜେପି ଦଳର ଚିତ୍ର ସ୍ୱଚ୍ଛ ରଖିବା ପାଇଁ ପ୍ରୟାସ କରିବା ନିଶ୍ଚିତ।

ମହିଳା ସାମ୍ବାଦିକ ସବା ନକ୍‌ଭି ଏବଂ ଲେଖିକା ଗଜାଲା ୱାହାବ୍‌ ବୁଧବାର ଦିନ ଏମ୍‌ଜେଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି। ୱାହାବ୍‌ଙ୍କ କହିବା ଅନୁଯାୟୀ, ଦୁହେଁ ଗୋଟିଏ ଖବର କାଗଜରେ କାମ କରୁଥିବାବେଳେ ଏମ୍‌ଜେ ଆକବର ତାଙ୍କ କ୍ୟାବିନ୍‌ରେ ୱାହାବ୍‌ଙ୍କ ସହିତ ଜୋର ଜବରଦସ୍ତି କରନ୍ତି ଏବଂ ତାଙ୍କ କ୍ୟାବିନ୍‌ ବାହାରେ ହିଁ ୱାହାବ୍‌ଙ୍କ ଡେସ୍କ ଲଗାଇଥିଲେ। କିନ୍ତୁ ୱାହାବ୍‌ ଏସବୁକୁ ଅଫିସ୍‌ କଲ୍‌ଚର ଭାବି ଚୁପ୍‌ ରହିଯାଇଥିଲେ। ଗତ ୨୧ ବର୍ଷ ଧରି ସେ ଚୁପ୍ ରହିଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ନେତା ଜୟପାଲ୍‌ ରେଡ୍ଡୀ ଏହି ପ୍ରସଙ୍ଗରେ କହିଛନ୍ତି, ‘ଆକବର ସନ୍ତୋଷଜନକ ଉତ୍ତର ଦେବାକୁ ହେବ ନଚେତ ଇସ୍ତଫା ଦେବା ଉଚିତ। ଏଭଳି ଲୋକ ମନ୍ତ୍ରଣାଳୟ ଦାୟିତ୍ୱରେ କିଭଳି ରହିବ।’

ଏହା ପୂର୍ବରୁ ସୁତପା ପଲ୍‌ ନାମ୍ନୀ ଜଣେ କୋଲକତାର ମହିଳା ସାମ୍ବାଦିକ ମଧ୍ୟ ଏପରି ଅଭିଯୋଗ ଆଣିଥିଲେ।



from Odisha Reporter https://ift.tt/2IPG0w2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages