ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଗଣା ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଳ ପ୍ରଶ୍ନର ଉତ୍ତର ନଦେଇ ଓଡ଼ିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଆୟୁଷ୍ମାନ ଯୋଜନା ତୁଳନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯଥେଷ୍ଟ ଭଲ ବୋଲି କହିବା ପରେ ସୋଶାଲ ମିଡିଆରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଗାଇଡଲାଇନ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନି। ମୂଳ ପ୍ରଶ୍ନର ଉତ୍ତର ନଦେଇ ଲୋକଙ୍କୁ ବୋକା ବନାଇବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ। ଠାକୁର ଘରେ କିଏ, ନା ମୁଁ କଦଳୀ ଖାଇନାହିଁ ଭଳି ଆୟୁଷ୍ମାନ ଭାରତ ଯୋଜନା ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ କହି ନିଜେ ମିଛୁଆ ରାଧୁଆ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରମାଣ ଦେବାକୁ ଚାହୁଁଛନ୍ତି କି? ଯୋଜନା ଚଳାଇବା ପାଇଁ ଯେଉଁ ବଡ଼ ଟେକ୍ନୋଲୋଜି ପ୍ଲାଟଫର୍ମର ଆବଶ୍ୟକତା ଅଛି। ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ପ୍ରଥମେ ତାକୁ ବାତିଲ କରିବା ଓ ପୁଣିଥରେ ଏହି ପ୍ରକ୍ରିୟା ଆରମ୍ଭ କରିବା ପଛରେ ଅଧିକାରୀମାନଙ୍କର ମୂଲଚାଲ ଛିଣ୍ଡି ନାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରୋଗ-ଦୁର୍ଘଟଣା ଏପିଏଲ୍ କି ବିପିଏଲ ପଚାରି ଆସେନି, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସବୁଠୁ ଯୋଗ୍ୟ ବିପିଏଲ ଥିଲେ କଟକର ମେୟର ଓ ବିଧାୟକମାନଙ୍କର ପରିବାର। ଏକଥା ମୁଖ୍ୟମନ୍ତ୍ରୀ ଅସ୍ୱୀକାର କରିବେ କି ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଗାଇଡଲାଇନ୍ ଏବେ ସୁଦ୍ଧା ପ୍ରସ୍ତୁତ ହୋଇନଥିବାବେଳେ ୪୦୩୬ଟି ସ୍ୱାସ୍ଥ୍ୟ ସେବା ପ୍ୟାକେଜ କେବଳ କାଗଜକଲମ ମଧ୍ୟରେ ସୀମିତ ରହିଛି। ଏସବୁ ପ୍ୟାକେଜକୁ ୱେବସାଇଟରେ ସାର୍ବଜନୀନ କରାଯାଉ ନାହିଁ କାହିଁକି? ନୀତି ସ୍ପଷ୍ଟ ନାହିଁ, କି ତଥ୍ୟ ବି ଉପଲବ୍ଧ ନାହିଁ।

ଅନ୍ୟ ରାଜ୍ୟରେ ଓଡ଼ିଶାର ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଥିବା ଓଡ଼ିଆଙ୍କୁ ଉତ୍ତମ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେଉଁ ଡାକ୍ତରଖାନା ସହ କିପ୍ରକାର ବୁଝାମଣା କରାଯାଇଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ସବୁଠୁ ଅଧିକ ଲୋକ ସୁରଟରେ ରହୁଛନ୍ତି। ସେଠାରେ କେଉଁ ଡାକ୍ତରଖାନାରେ ଓଡ଼ିଆମାନେ କିଭଳି ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ଓ ସେମାନଙ୍କୁ ଡାକ୍ତରଖାନା କିଭଳି ଚିହ୍ନଟ କରିବ ତାହା ମୁଖ୍ୟମନ୍ତ୍ରୀ କହିବେ କି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ରୁ ଏପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟିଏରୁ ଅଧିକ ଲୋକ ଫାଇଦା ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରଠୁ ଆୟୁଷ୍ମାନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ବିଜେପିର ଓଡ଼ିଶା ଶାଖା ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି ।



from Odisha Reporter https://ift.tt/2Q8AmrA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages