
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ଅଞ୍ଚଳରେ ଡିଜିଟାଲ୍ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଦେଶର ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍(ଜିଓ) ରାୟଗଡ଼ା ଜିଲ୍ଲାରୁ ‘ଜିଓ ଡିଜିଟାଲ୍ ଯାତ୍ରା’ ଆରମ୍ଭ କରିଛି। ଏହି କ୍ୟାମ୍ପେନ୍ ମାଧ୍ୟମରେ ରାୟଗଡ଼ା ଅନ୍ତର୍ଗତ ସ୍ଥାନୀୟ ଅଞ୍ଚଳରେ ୧୦ ଦିନ ଧରି ଜିଓ ପକ୍ଷରୁ ସ୍ୱତନ୍ତ୍ର ଗାଡ଼ି ଯାତ୍ରା ଆରମ୍ଭ କରିଛି । ଏଥିରେ ଡିଜିଟାଲ୍ ସେବା ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ କୃଷକମାନଙ୍କୁ ସାଧାରଣ ଜ୍ଞାନ ପ୍ରଦାନ କରାଯିବ।
ବିଭିନ୍ନ କାର୍ଯ୍ୟ ଡିଜିଟାଲ୍ ଉପାୟରେ କିପରି ହୋଇ ପାରୁଛି, ଏହା ଜୀବନଶୈଳୀକୁ କିପରି ସରଳ ଏବଂ ସହଜ କରିପାରୁଛି ସେ ସମ୍ପର୍କରେ ଏହି କ୍ୟାମ୍ପେନ୍ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବ ବୋଲି କମ୍ପାନୀ ପ୍ରକାଶ କରିଛି।
ଏଥିସହିତ ଗ୍ରାମାଞ୍ଚଳରେ ପରିବେଶ, ପରିମଳ ଏବଂ ସଫାସୁତରା ଜୀବନ ନିର୍ବାହ ପାଇଁ ଡିଜିଟାଲ୍ ଉପାୟ କିପରି ଗ୍ରହଣ କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ସଚେତନ କରାଯିବ।
from Odisha Reporter https://ift.tt/2JtSwl4
No comments:
Post a Comment