ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି, ଏ ସରକାରର ପତନ ସୁନିଶ୍ଚିତ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି, ଏ ସରକାରର ପତନ ସୁନିଶ୍ଚିତ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓକିଲ ଓ ଚାଷୀ ଆନ୍ଦୋଳନକୁ ବଳପୂର୍ବକ ଦମନ କରିବା ପାଇଁ ରାଜ୍ୟ ସରକାର ଯେଭଳି ପଦକ୍ଷେପ ନେଉଛନ୍ତି ତାହା ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛି। ରାଜ୍ୟରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରି ଏ ସରକାରର ପତନ ସୁନିଶ୍ଚିତ ବୋଲି ବିଜେପି ଆଜି କହିଛି।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏବେ ଓକିଲ, ଚାଷୀ, ଶିକ୍ଷକ, ଚିଟଫଣ୍ଡ କ୍ଷତିଗ୍ରସ୍ତ ଆଦି ସମସ୍ତ ଆନ୍ଦୋଳନକୁ ବଳପୂର୍ବକ ଦମନ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଏପରି କରି ସରକାର ସାଧାରଣ ଲୋକଙ୍କ ସାମ୍ବିଧାନିକ ଅଧିକାର ସହ ଗଣତନ୍ତ୍ରକୁ ହତ୍ୟା କରି ଚାଲିଛନ୍ତି। ଯେତେବେଳେ କୌଣସି ସରକାର ସାଧାରଣ ଲୋକଙ୍କ ଆନ୍ଦୋଳନକୁ ବଳପୂର୍ବକ ଦମନ କରିବାକୁ ଚେଷ୍ଟା କରେ ସେତେବେଳେ ତା’ର ପତନ ସୁନିଶ୍ଚିତ ହୋଇଯାଏ।ସାଧାରଣ ଲୋକଙ୍କ ସାମ୍ବିଧାନିକ ଅଧିକାରର ନଗ୍ନ ଉଲ୍ଲଙ୍ଘନ ହେଉଥିବାବେଳେ ସରକାର ତାଙ୍କ ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇମାସ ଧରି ଓକିଲଙ୍କ ଆନ୍ଦୋଳନ ଚାଲିଛି। ରାଜ୍ୟ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ଏହି ଆନ୍ଦୋଳନକୁ ଏକ ହିଂସାତ୍ମକ ରୂପ ଦେଉଛନ୍ତି। ଯାହା ଗଣତନ୍ତ୍ରର ହତ୍ୟା ସଦୃଶ। ଦୁଇମାସ ଧରି ବିଚାର ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲାବେଳେ ସରକାର ଏଥିରେ ହସ୍ତକ୍ଷେପ କରି ସମାଧାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଓକିଲମାନଙ୍କୁ ବ୍ୟବହାର କରି ଓକିଲ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଯେଉଁ ଚେଷ୍ଟା କଲେ ତାହା ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ହିଂସାମୁହାଁ କରିଛି।

ସେହିପରି ଚାଷୀମାନେ ନିଜର ହକ୍ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ନିମନ୍ତେ ରାଜଧାନୀକୁ ଆସୁଥିବାବେଳେ ବାଟରେ ସେମାନଙ୍କୁ ଯେପରି ପୁଲିସ ବଳପୂର୍ବକ ଉଠାଇ ନେଉଛି ତାହା ତୋଗଲକି ଶାସନ ସହ ସମାନ ହୋଇଛି। ସରକାର ତୁରନ୍ତ ଏଥିରୁ କ୍ଷାନ୍ତ ରୁହନ୍ତୁ ଓ ଲୋକଙ୍କ ଅଧିକାରକୁ କ୍ଷୂଣ୍ଣ କରନ୍ତୁ ନାହିଁ। ଓକିଲଙ୍କ ସହ ଆଲୋଚନା କରି କୋର୍ଟଗୁଡ଼ିକ କିଭଳି ଖୋଲିବ ଓ ସାଧାରଣ ଲୋକ ନ୍ୟାୟ ପାଇବେ ସେ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter https://ift.tt/2AAJRdW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages