
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦୁନିଆର ସବୁଠୁ ସୁନ୍ଦର ଅନୁଭବ ହେଉଛି ପ୍ରେମ । ଏହି ପ୍ରେମରେ ପଡ଼ିଲେ ମଣିଷ ସବୁକିଛି ଭୁଲିଯାଏ। ମଧୁର ସମ୍ପର୍କର ଅନ୍ୟ ନାମ ଏହି ପ୍ରେମରେ ଦୁଃଖ ବି ଅଛି ସୁଖ ବି ଅଛି। ମନସ୍ତତ୍ୱବିତ୍ଙ୍କ ମତରେ ଜଣକୁ ଯେତେବେଳେ ‘ଟ୍ରୁ ଲଭ୍’ ହୋଇଯାଏ ତା’ର ମନ ଏକ ଭିନ୍ନ ରାଇଜରେ ବିଚରଣ କରେ। ତେବେ ଆସନ୍ତୁ ପ୍ରେମକୁ ନେଇ ଆଜି କିଛି ରୋଚକ ତଥ୍ୟ ଜାଣିବା।
– ନଭେମ୍ବର ମାସରେ ସବୁଠୁ ଅଧିକ ‘ଆଇ ଲଭ୍ ୟୁ’ କୁହାଯାଏ
– ଯେତେବେଳେ ଆପଣ କାହା ପ୍ରେମରେ ପଡ଼ିବାକୁ ଡରନ୍ତି ତାକୁ “philophobia” କୁହାଯାଏ।
– ବୈଜ୍ଞାନିକଙ୍କ ସର୍ଭେ ଅନୁଯାୟୀ ସୁସ୍ଥ ଶରୀର ତୁଳନାରେ ସୁନ୍ଦର ଚେହେରାକୁ ସବୁଠୁ ଅଧିକ ଆକର୍ଷଣ ବୋଲି ବିଚାର କରାଯାଏ
– ପ୍ରେମରେ ପଡ଼ିବା ପରେ ଆପଣଙ୍କଠାରୁ ନିଶ୍ଚୟ ଦୁଇ ଜଣ ସାଙ୍ଗ ଦୂରେଇ ଯିବେ।
– ଫାଷ୍ଟ ଇମ୍ପ୍ରେସନ୍ ଇଜ୍ ଲାଷ୍ଟ ଇମ୍ପ୍ରେସନ୍ । ଏକଥା ଆପଣ ନିଶ୍ଚିତ ଶୁଣିଥିବେ। ମନସ୍ତତ୍ୱରେ ମଧ୍ୟ ଏହାକୁ ପ୍ରମାଣ କରାଯାଇଛି। ଆମେ କାହାକୁ ପସନ୍ଦ ଏବଂ ନାପସନ୍ଦ ପାଇଁ ମାତ୍ର ୪ ମିନିଟ୍ ନେଇ ଥାଉ। ଯଦି ଆପଣ କାହାକୁ ପ୍ରେମ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମ ୪ ମିନିଟ୍ ତାଙ୍କ ସହ ଭଲରେ ବିତାନ୍ତୁ।
– ମନସ୍ତତ୍ୱ ବିଜ୍ଞାନ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଛୋଟ ଛୋଟ କଥାରେ ରାଗିଯାଏ କିମ୍ବା ଅସନ୍ତୋଷ ପ୍ରକାଶ କରେ ଏହାର ଅର୍ଥ ତା’ ଜୀବନରେ ପ୍ରେମର କିଛିଟା ଅଭାବ ରହିଯାଇଛି।
– ମନୋବୈଜ୍ଞାନିକକଙ୍କ ମତରେ ଯଦି ଆପଣ କାହାକୁ ଆଲିଙ୍ଗନ କରନ୍ତି ତେବେ ନର୍ଭସ୍ ସିଷ୍ଟମ୍ରେ ପେନ୍କିଲର ଭଳି କାର୍ଯ୍ୟ କରିଥାଏ।
– ସମଗ୍ର ବିଶ୍ୱରେ ପାଖାପାଖି ୩୦ ଲକ୍ଷ ଲୋକ ନିଜ ପାର୍ଟନରଙ୍କ ସହ ଡେଟ୍ରେ ଯାଇଥାନ୍ତି।
– ୯୦ ପ୍ରତିଶତ ପୁରୁଷ ‘ଆଇ ଲଭ ୟୁ’ କହି ନିଜ ପ୍ରେମକୁ ପରିପ୍ରକାଶ କରିଥାନ୍ତି। କାହିଁକି ନା ମହିଳାଙ୍କ ତୁଳନାରେ ପୁରୁଷମାନେ ଆଗେ ଲଭ୍ରେ ପଡ଼ିଥାନ୍ତି।
– ମନସ୍ତତ୍ୱ ବିଜ୍ଞାନ କୁହେ ଯେଉଁମାନେ ରୋମାଣ୍ଟିକ୍ ରିଲେସନ୍ସିପ୍ରେ ଥାଆନ୍ତି ସେମାନେ ଅଧିକ ଖୁସିରେ ରୁହନ୍ତି। ସେମାନଙ୍କୁ କେବେ ଡିପ୍ରେସନ୍ ଏବଂ ହାର୍ଟ ଆଟାକ୍ ଭଳି ରୋଗ ହୁଏ ନାହିଁ
– ଏକଥା ବି ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯଦି ଆପଣଙ୍କ ଆଇ କଣ୍ଟାକ୍ଟ ଅର୍ଥାତ ଆଖିର ମିଳନ ଆଉ କାହା ଆଖି ସହ ୪ ମିନିଟ୍ ହୋଇଗଲା ତେବେ ଆପଣ ଇମୋଶନନାଲ୍(ଭାବପ୍ରବଣ) ଫିଲ୍ କରିବେ।
from Odisha Reporter https://ift.tt/2qkguGE
No comments:
Post a Comment