
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ଦର ପାଖାପାଖି ୨ ଟଙ୍କା ହ୍ରାସ ପାଇଛି। ସେହିପରି ଡିଜେଲ ଦର ୧ ଟଙ୍କା ହ୍ରାସ ପାଇଛି।
ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁସାରେ ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ୧ ଟଙ୍କା ୯୮ ପଇସା ଏବଂ ଡିଜେଲ ଦର ୯୬ ପଇସା ହ୍ରାସ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ୮୫ ପଇସା ଏବଂ ଡିଜେଲ ଦର ୭୪ ଟଙ୍କା ୭୩ ପଇସାକୁ ହ୍ରାସ ପାଇଛି।
ଓଡ଼ିଶାରେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ଏଠାରେ ପେଟ୍ରୋଲ ଅପେକ୍ଷା ଡିଜେଲ ଦର ଅଧିକ ହୋଇ କଛି ଦିନ ପୂର୍ବରୁ ଇତିହାସ ସୃଷ୍ଟି କରିଛି। ଏବେ ମଧ୍ୟ ଏହି ସ୍ଥିତି ବଜାୟ ରିହିଛ।
ସ୍ଥାନୀୟ ରସୁଲଗଡ଼ ଛକରେ ଥିବା ଆଇଓସିଏଲ୍ର ଏକ ଫୁଏଲ୍ ଷ୍ଟେଶନ ରିପୋର୍ଟ ଅନୁସାରେ ଶୁକ୍ରବାର ଏଠାରେ ପେଟ୍ରୋଲ ଲିଟର ପିଛା ଦର ୭୯ ଟଙ୍କା ୯୪ ପଇସା ଏବଂ ଡିଜେଲ ଦର ୮୦ ଟଙ୍କା ୨୭ ପଇସା ରହିଛି।
from Odisha Reporter https://ift.tt/2AtoI5q
No comments:
Post a Comment