ଓଡ଼ିଆ ସାହିତ୍ୟକୁ ଡିଜିଟାଇଜ୍ କରି ଲୋକପ୍ରିୟ କରାଇବାକୁ ପ୍ରତିଷ୍ଠିତ ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଉନ୍ମୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଓଡ଼ିଆ ସାହିତ୍ୟକୁ ଡିଜିଟାଇଜ୍ କରି ଲୋକପ୍ରିୟ କରାଇବାକୁ ପ୍ରତିଷ୍ଠିତ ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଉନ୍ମୋଚିତ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷାକୁ ଆହୁରି ଲୋକପ୍ରିୟ କରିବାକୁ ଓଡ଼ିଶା ସରକାରଙ୍କ ନୂଆ ଅନୁଷ୍ଠାନ ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଉଦ୍ୟମ କରିବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ଏହି ଅନୁଷ୍ଠାନର ଏକ ନୂଆ  ୱେବ୍‌ ଡୋମେନ୍‌ ova.gov.inକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସଚିବାଳୟରେ ଉନ୍ମୋଚନ କରିଛନ୍ତି।

ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭାଗୀୟ ସଚିବ ସି.ଜେ. ବେଣୁଗୋପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ୱେବ୍‌ସାଇଟ୍‌ ଜରିଆରେ ଇଣ୍ଟରନେଟ୍‌ରେ ଓଡ଼ିଆ ସାହିତ୍ୟକୃତି ଗୁଡ଼ିକୁ ଡିଜିଟାଇଜେସନ ଜରିଆରେ ପ୍ରକାଶ କରି ସରକାର ‘ସମସ୍ତଙ୍କ ପାଇଁ ସାହିତ୍ୟ’ ବାର୍ତ୍ତାକୁ ଏକ ବାସ୍ତବ ରୂପ ଦେଇପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସଂପୃକ୍ତ ଡିଜିଟାଇଜ୍‌ଡ ପୁସ୍ତକଗୁଡ଼ିକର ବିଶେଷତ୍ୱ ହେଉଛି ଏଗୁଡ଼ିକ ପିଡିଏଫ୍‌ ଫର୍ମାଟ୍‌ରେ ନୁହେଁ, ବରଂ ସମ୍ପୂର୍ଣ୍ଣ ୟୁନିକୋଡ୍‌ ଅକ୍ଷରରେ ଇ-ପବ୍‌ ଫର୍ମାଟ୍‌ରେ ରଖାଯାଇଛି। ପ୍ରାରମ୍ଭିକ ଭାବରେ ଏଥିରେ ମାତ୍ର ୧୭୦ଟି ପ୍ରାଚୀନ ଓ ଲୋକପ୍ରିୟ ସାହିତ୍ୟକୃତି ସ୍ଥାନ ପାଇଛି। ତେବେ ଖୁବ୍‌ଶୀଘ୍ର ଏଥିରେ ଅଧିକ ସଂଖ୍ୟାରେ ପ୍ରାଚୀନ ସାଙ୍ଗକୁ ପୁରସ୍କୃତ ଓ ଜନପ୍ରିୟ ସମକାଳୀନ ସାହିତ୍ୟ ସମ୍ଭାର ସାମିଲ ହେବ।



from Odisha Reporter https://ift.tt/2At1tbK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages