୬୩  ବର୍ଷରେ ବିଲ୍‌ ଗେଟ୍‌ସ: ପଢ଼ନ୍ତୁ ତାଙ୍କର କେତୋଟି ପ୍ରଭାବଶାଳୀ ମନ୍ତବ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

୬୩  ବର୍ଷରେ ବିଲ୍‌ ଗେଟ୍‌ସ: ପଢ଼ନ୍ତୁ ତାଙ୍କର କେତୋଟି ପ୍ରଭାବଶାଳୀ ମନ୍ତବ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆମେ କମ୍ପ୍ୟୁଟରରେ ୱାର୍ଡ ଫାଇଲ୍ ଖୋଲୁଛେ, ଏକ୍ସଏଲ୍‌ରେ କାମ କରୁଛେ। କାଗଜରେ ନଲେଖି ସିଧସଳଖ କମ୍ପ୍ୟୁଟରରେ ଲେଖିପାରୁଛେ। ଏଥିପାଇଁ ଯେଉଁ ସଫ୍‌ଟୱେର କାମ କରୁଛି ତାହା ହେଲା ମାଇକ୍ରୋସଫ୍ଟ୍‌। ଏହି ମାଇକ୍ରୋସଫ୍ଟ୍‌ ହେଉଛି ବିଶ୍ୱର ଏକ ପ୍ରମୁଖ ମଲ୍ଟିନ୍ୟାଶ୍‌ନାଲ୍‌ ଟେକ୍ନୋଲୋଜି କମ୍ପାନୀ। ଏକାଧିକ ଇଲେକ୍‌ଟ୍ରୋନିକ୍ସ ହାର୍ଡୱେର୍ ଏବଂ ସଫ୍‌ଟୱେର୍ ନିର୍ମାତା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ହେଉଛନ୍ତି ବିଲ୍‌ ଗେଟ୍‌ସ।

 ଏହି ବିଶ୍ୱବିକ୍ଷାତ ଟେକ୍ନୋଲୋଜି ଏଣ୍ଟରପ୍ରେନିୟୋର ୧୯୫୫ ଅକ୍ଟୋବର ୨୮ ରେ ଆମେରିକାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ମାସ ଅବସରରେ ପଢ଼ନ୍ତୁ ତାଙ୍କର କେତୋଟି ପ୍ରଭାବଶାଳୀ ବକ୍ତବ୍ୟ …

୧- ଯଦି ଆପଣ ଗରିବ ହୋଇ ଜନ୍ମ ହୋଇଛନ୍ତି ତାହା ଆପଣଙ୍କର ଭୁଲ୍‌ ନୁହେଁ, କିନ୍ତୁ ଯଦି ଆପଣ ସାରାଜୀବନ ସେମିତି ଗରିବ ହୋଇ ରହିଯାଉଛନ୍ତି ତେବେ ତାହା ନିଶ୍ଚୟ ଆପଣଙ୍କ ଭୁଲ୍।

 ୨- ସଫଳତାର ଖୁସି ମନାଇବାରେ କିଛି ଅସୁବିଧା ନାହିଁ, କିନ୍ତୁ ବିଫଳତାରୁ ଶିକ୍ଷା ଗ୍ରହଣ କରିବା ମଧ୍ୟ ଜରୁରୀ।

 ୩- ବିନା ପ୍ରତିଷେଧକରେ ଚିକିତ୍ସା ସ୍ଥାୟୀ ସମାଧାନ ନୁହେଁ।

 ୪- ପରବର୍ତ୍ତୀ ଶତାବ୍ଦୀରେ ସେହିମାନେ ହିଁ ନେତୃତ୍ୱ ନେବେ ଯେଉଁମାନେ ନିଜ ବଦଳରେ ଅନ୍ୟକୁ ସଶକ୍ତ କରିବେ।

 ୫- ଏକ ନିର୍ଦ୍ଦିଷ୍ଟ ସ୍ତର ଅତିକ୍ରମ କରିଗଲା ପରେ ମୋ ପାଇଁ ଟଙ୍କାର କିଛି ମୂଲ୍ୟ ନାହିଁ।

 ୬- ଏକ କଠିନ କାର୍ଯ୍ୟ ସମ୍ପାଦନ ପାଇଁ ମୁଁ ଏକ ଅଳସୁଆ ବ୍ୟକ୍ତିକୁ ବାଛିବି କାରଣ ସେ ଏଥିପାଇଁ ସହଜ ଉପାୟ ଖୋଜିବ।

 ୭- ଅଧିକ ପାଇବା ପାଇଁ ହେଲେ ଅଧିକ ରିସ୍କ୍ ନେବାକୁ ପଡ଼ିବ।

୮- ମୁଁ ପରୀକ୍ଷାରେ କେତୋଟି ବିଷୟରେ ଫେଲ୍‌ ହୋଇଥିଲି। ମୋ ସାଙ୍ଗ ସବୁ ବିଷୟରେ ପାସ୍‌ କରିଥିଲେ। ଆଜି ସେ ମାଇକ୍ରୋସଫ୍ଟର ଜଣେ ଇଞ୍ଜିନିୟର ଆଉ ମୁଁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା।

 ୯- ଯଦି ଆପଣଙ୍କ ବ୍ୟବସାୟ ଆଜିର ଦିନରେ ଇଣ୍ଟରନେଟ୍‌ରେ ନାହିଁ ତେବେ ତାହା ବ୍ୟବସାୟର ପ୍ରତିଯୋଗିତା ବାହାରେ କହିଲେ ଚଳେ।

୧୦- ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି।



from Odisha Reporter https://ift.tt/2OhKKLV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages