ଚିଦାମ୍ବରମ୍‌ଙ୍କୁ ହେଫାଜତକୁ ନେଇ ଜେରା କରିବ ଇଡି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଚିଦାମ୍ବରମ୍‌ଙ୍କୁ ହେଫାଜତକୁ ନେଇ ଜେରା କରିବ ଇଡି!

ନୂଆଦିଲ୍ଲୀ: ଏୟାର ସେଲ୍‌ ମ୍ୟାକ୍ସିସ୍‌ ଦୁର୍ନୀତିରେ ଫସିଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ନିଜ ହେଫାଜତକୁ ନେଇ ଜେରା କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଏହି ଦୁର୍ନୀତି ଘଟଣାରେ ଗିରଫ ହେବାର ଆଶଙ୍କା ଥିବାରୁ ଚିଦାମ୍ବରମ୍‌ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ପୁଣିଥରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ। ଏହି ଆବେଦନକୁ ଇଡି ବିରୋଧ କରିବା ସହ ଚିଦାମ୍ବରମ୍‌ ତଦନ୍ତରେ ସହଯୋଗ କରୁ ନଥିବା କହିଛି।

ତେଣୁ ଚିଦାମ୍ବରମ୍‌ଙ୍କୁ ନିଜ ହେଫାଜତକୁ ନେଇ ଇଡି ଜେରା କରିବାକୁ ଚାହୁଁଥିବା କୋର୍ଟ ପାଖରେ ନିବେଦନ କରିଛି। ତେବେ ଆସନ୍ତାକାଲି ସ୍ୱତନ୍ତ୍ର ବିଚାରପତି ଓପି ସାଇନି ଉଭୟ ଇଡି ଓ ଚିଦାମ୍ବରମ୍‌ଙ୍କ ଆବେଦନର ଶୁଣାଣି କରିବେ।
ଏୟାରସେଲ୍‌ ମ୍ୟାକ୍ସିସ୍‌ ଘଟଣାରେ ସିବିଆଇ ଓ ଇଡି ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଗିରଫଦାରୀ ଭୟରେ ଉଭୟ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ।

କୋର୍ଟ ଉଭୟଙ୍କୁ ଅକ୍ଟୋବର ୮ରୁ ନଭେମ୍ବର ୧ ଯାଏ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଆସନ୍ତାକାଲି ଜାମିନ୍‌ ମିଆଦ ସରୁଥିବା ଉଭୟ ପୁଣି ଥରେ ଏହାକୁ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି। ଅକ୍ଟୋବର ୨୫ରେ ଇଡି ଏହି ଦୁର୍ନୀତି ମାମଲାରେ ଚାର୍ଜଶିଟ୍‌ ଫାଇଲ୍‌ କରିଥିଲା। ଯେଉଁଥିରେ ପି ଚିଦାମ୍ବରମ୍‌ଙ୍କୁ ମୁକ୍ତ ଅଭିଯୁକ୍ତ ଦର୍ଶାଇଥିଲା।



from Odisha Reporter https://ift.tt/2yJVwG2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages