ଏଠି ପୁଲିସରେ ଭର୍ତ୍ତି ହେବାକୁ ହେଲେ ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ ଦେବାକୁ ହୁଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଏଠି ପୁଲିସରେ ଭର୍ତ୍ତି ହେବାକୁ ହେଲେ ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ ଦେବାକୁ ହୁଏ

ନୂଆଦିଲ୍ଲୀ: ନାରୀ  ସ୍ୱାଧୀନତା ଓ ନାରୀ ସଶକ୍ତିକରଣ ନେଇ ବିଶ୍ୱବ୍ୟାପୀ ନାରା ଦିଆଯାଉଛି। ଏହି ଧାରାରେ ଆଜିର ଏକବିଂଶ ଶତାବ୍ଦୀରେ ମହିଳାଙ୍କ ପ୍ରତି ମାନସିକତାର ବଦଳିଛି ସତ ହେଲେ ଏହା ଯେ, ଶତପ୍ରତିଶତ ବଦଳିଛି, ତାହା କହିହେବନି। କାରଣ ଆଜି ବି କିଛି ଏଭଳି ସାମାଜିକ କଟକଣା ଅଛି ଯାହା ନାରୀ ପ୍ରଗତିରେ ବାଧକ ସାଜୁଛି। ପ୍ରତି କ୍ଷେତ୍ରରେ ତାକୁ ଦେବାକୁ ପଡ଼ୁଛି ଅଗ୍ନି ପରୀକ୍ଷା।

ଇଣ୍ଡୋନେସିଆରେ ଏମିତି ଏକ ଅଜବ ପରମ୍ପରା ରହିଛି ଯାହା ଆପଣଙ୍କୁ ଚକିତ କରିଦେବ। ଏଠି ଜଣେ ମହିଳା ପୁଲିସ ଅଫିସର ହେବାକୁ ସ୍ୱପ୍ନ ଦେଖିଲେ ତାକୁ  ତାକୁ କୁମାରୀତ୍ୱ ବା ଭର୍ଜନିଟି ପରୀକ୍ଷା ଦେବାକୁ ପଡ଼ିଥାଏ। ଖାଲି ସେତିକି ନୁହେଁ ଇଣ୍ଡୋନେସିଆରେ  ପୁଲିସ ଅଫିସର ହେବାକୁ ହେଲେ ସେ ଗୋରୀ ଓ ସୁନ୍ଦରୀ ହୋଇଥିବା ଜରୁରୀ। ଭର୍ଜନିଟି ଏକ ରୁଢିବାଦୀ ଚିନ୍ତାଧାରା ଏବଂ ଏହି ପରମ୍ପରାକୁ ହଟାଇଦେବା ପାଇଁ ଅନ୍ତର୍ଜାତୀୟ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହାର ଇଣ୍ଡୋନେସିଆ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିନି। ପୁଲିସରେ ଭର୍ତ୍ତି ହେବା ପାଇଁ ଏଠାରେ ଭର୍ଜନିଟି ଟେଷ୍ଟର ପରମ୍ପରା ଜାରି ରହିଛି।

ଖାଲି ସେତିକି ନୁହେଁ,  ପୁଲିସ ଚାକିରି କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ଲାଗି ଅନେକ ମାପଦଣ୍ଡ ରହିଛି। ଯଦିଓ ସରକାରୀସ୍ତରେ ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ଭର୍ଜନିଟି ଟେଷ୍ଟକୁ ନେଇ କୌଣସି ଅଫିସିଆଲ ନିର୍ଦ୍ଦେଶନାମା ନଥାଏ, ତଥାପି ନୈତିକତା ଏବଂ ଫିଜିକାଲ ଏକଜାମିନେଶନ ନାମରେ ଏହି ଟେଷ୍ଟ କରାଯାଇଥାଏ। ଏକ ମାନବାଧିକାର ସଂସ୍ଥାର କହିବା ଅନୁଯାୟୀ ଯୌନ କର୍ମୀ କିମ୍ବା ସେକ୍ସୁଆଲ ଆକ୍ଟିଭିଟିଜ୍‌ ସହ ସମ୍ପୃକ୍ତ ରହୁଥିବା ମହିଳା ପୁଲିସ ଅଧିକାରୀ ହେଲେ ତାଙ୍କୁ ସମାଜ ଗ୍ରହଣ କରିବ ନାହିଁ ବୋଲି ଇଣ୍ଡୋନେସିଆ ପୁଲିସର ଧାରଣା ରହି ଆସିଛି।

ଭର୍ଜନିଟି ଟେଷ୍ଟକୁ ନେଇ ଯଦିଓ ଇଣ୍ଡୋନେସିଆରେ ସେମିତି କିଛି କଡ଼ା ନିୟମ କାନୁନ ନାହିଁ ତଥାପି ଏହି ପରମ୍ପରା ସେଠାରେ ଖତମ ହୋଇ ନାହିଁ ବୋଲି  ଅକ୍‌ଲାଣ୍ଡ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି। ଅକ୍‌ଲାଣ୍ଡ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ଏଠାରେ ୬୦ ପ୍ରତିଶତ ପୁଲିସ ଅଧିକାରୀ ହେଉଛନ୍ତି ପୁରୁଷ। ଖାଲି ପୁଲିସ ଚାକିରୀ ପାଇଁ ନୁହେଁ, ସେ ଦେଶର ଆର୍ମିରେ ଭର୍ତ୍ତି ହେବାକୁ ମଧ୍ୟ ମହିଳାମାନଙ୍କୁ ଭର୍ଜନିଟି ଟେଷ୍ଟ ଦେବାକୁ ପଡ଼ିଥାଏ।



from Odisha Reporter https://ift.tt/2CB97Sy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages